fbpx

ଗଞ୍ଜା ଲଢ଼େଇକୁ ନେଇ ଜୁଆ ଖେଳ: ପୋଲିସକୁ ଆକ୍ରମଣ, ୧୬ ଗିରଫ

ମାଲକାନଗିରି, ୧୨ା୧ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାରେ ଜୁଆ ଖେଳ ସମୟରେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଏହି ଅତର୍କିତ ଆକ୍ରମଣ ଫଳରେ ୪ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି । ଏନେଇ ୧୬ ଜଣକୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପଡ଼ିଆ ବ୍ଲକ ମାରାଣପାଲିରେ ଗଞ୍ଜାକୁ ନେଇ ଜୁଆ ଖେଳ ଚାଲିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଏହି ଆକ୍ରମଣରେ ଆଇପିଏସ ଅଧିକାରୀଙ୍କ ସମେତ ୪ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ପୋଲିସ ୩୦ରୁ ଅଧିକ ଗ୍ରାମବାସୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ୧୬ ଜଣଙ୍କୁ ଗିରଫ କରାଯାଇଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.