ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଜାତିଗତ ସର୍ଭେର ରିପୋର୍ଟ ଏବେ ଜାରି କରାଯାଇଛି । ବିହାରର ମୁଖ୍ୟ ସଚିବ ଏକ ପ୍ରେସ କନଫରେନ୍ସ ଜରିଆରେ ଏହି ରିପୋର୍ଟ ପୁସ୍ତକ ରିଲିଜ କରିଛନ୍ତି । ଏହି ପୁସ୍ତକରେ ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇଛି । ତେବେ ରିପୋର୍ଟ ଅନୁସାରେ, ବିହାରରେ ରାଜପୁତଙ୍କ ଜନସଂଖ୍ୟା ୩.୪୫% ଥିବା ବେଳେ ଯାଦବ ୧୪%, ଭୂମିହାର ୨.୮୬% ରହିଛନ୍ତି । ସେହିପରି ବ୍ରାହ୍ମଣ ୩.୬୫% ଏବଂ ନୌନିୟା ସମ୍ପଦାୟର ଜନସଂଖ୍ୟା ୧.୯% ରହିଛି ।
ଜାତିଗତ ସର୍ଭେ ରିପୋର୍ଟ ଅନୁସାରେ, ବିହାରରେ ପଛୁଆ ବର୍ଗର ୨୭.୧୩%, ଅତି ପଛୁଆ ବର୍ଗର ଜନସଂଖ୍ୟା ୩୬.୦୧% ଏବଂ ଅନ୍ୟ ପଛୁଆ ବର୍ଗ ୧୫.୫୨% ଲୋକ ବସବାସ କରୁଛନ୍ତି । ସେହିପରି ବିହାରର ମୋଟ ଜନସଂଖ୍ୟା ୧୩,୦୭,୨୫,୩୧୦ ଥିବା ବେଳେ ପଛୁଆ ବର୍ଗର ଜନସଂଖ୍ୟା ରହିଛି ୩,୫୪,୬୩,୯୩୬ ରହିଛି । ଏହାବ୍ୟତୀତ ଅନ୍ୟ ପଛୁଆ ବର୍ଗ ଜନସଂଖ୍ୟା ୪,୭୦,୮୦,୫୧. ଅନୁସୂଚିତ ଜାତି ୨,୫୬,୮୯,୮୨. ଅନୁସୂଚିତ ଜନଜାତିରେ ୨୧,୯୯,୩୬୧ ଲୋକ ଏବଂ ୨,୦୨,୯୧,୬୭୯ ଲୋକ ଅନାରକ୍ଷିତ ଜନସଂଖ୍ୟା ରିପୋର୍ଟରେ ପ୍ରକାଶ ପାଇଛି । ବିହାର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ, ବିହାରରେ ୮୨% ହିନ୍ଦୁ ବସବାସ କରୁଥିବା ବେଳେ ମୁସଲିମ ସମ୍ପ୍ରଦାୟରେ ୧୭.୭%, ଇସାଇ ସମ୍ପ୍ରଦାୟର .୦୫%, ବୌଦ୍ଧ ଧର୍ମର .୦୮% ଲୋକ ରହିଛନ୍ତି ଏବଂ .୦୦୧୬% କୌଣସି ସମ୍ପ୍ରଦାୟର ହୋଇ ନଥିବା ରେକର୍ଡ କରାଯାଇଛି ।
आज गांधी जयंती के शुभ अवसर पर बिहार में कराई गई जाति आधारित गणना के आंकड़े प्रकाशित कर दिए गए हैं। जाति आधारित गणना के कार्य में लगी हुई पूरी टीम को बहुत-बहुत बधाई !
जाति आधारित गणना के लिए सर्वसम्मति से विधानमंडल में प्रस्ताव पारित किया गया था।…
— Nitish Kumar (@NitishKumar) October 2, 2023
ତେବେ ଜାତିଗତ ଜନଗଣନାର ରିପୋର୍ଟକୁ ନେଇ ଟ୍ୱିଟ ଯୋଗେ ଏକ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାରରେ ଜାତୀୟ ଜନଗଣନାର ରିପୋର୍ଟ ମୁତାବକ, ରାଜ୍ୟରେ ୩.୬୫% ବ୍ରାହ୍ମଣ(୪୭,୮୧,୨୮୦), ରାଜପୁତ ୩.୪୫%(୪୫,୧୦,୭୩୩), କାୟସ୍ଥ ୦.୬୦୧୧%(୭,୮୫,୭୭୧), କୁର୍ମି ୨.୮୭୮୫%(୩.୬୨,୯୬୯) ଏବଂ କୁଶବାହାର ଜନସଂଖ୍ୟା ୪.୨୧୨୦%(୫୫,୦୬,୧୧୩) ରହିଛି । ସେହିପରି ତେଲି ୨.୮୧ ପ୍ରତିଶତ ଓ ଭୂମିହାର ଲୋକଙ୍କ ସଂଖ୍ୟା ରହିଛି ମୋଟ ଜନସଂଖ୍ୟାର ୨.୮୬୯୩ ପ୍ରତିଶତ ।