fbpx

CAT 2024: ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଘୁଞ୍ଚିଲା ପଞ୍ଜିକରଣ ତାରିଖ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: କମନ୍ ଆଡମିଶନ୍ ଟେଷ୍ଟ(CAT) ୨୦୨୪ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଉଇଞ ପଞ୍ଜିକରଣ ତାରିଖକୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛିି । ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ୧୩ ସେପ୍ଟେମ୍ବର ଥିଲା । ତେଣୁ ଯେଉଁ ପ୍ରାର୍ଥୀମାନେ CAT ୨୦୨୪ ପରୀକ୍ଷା ପାଇଁ କୌଣସି କାରଣ ପାଇଁ ଅବେଦନ କରିପାରିନଥିଲେ ସେମାନେ ଏହାର ସୁଯୋଗ ଉଠାଇପାରିବେ ।

ଆବେଦନ କରିବା ପାଇଁ ପ୍ରାର୍ଥୀ ଜଣଙ୍କ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୫୦% ମାର୍କ ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ । ତେବେ ସଂରକ୍ଷିତ ଶ୍ରେଣୀ ଏବଂ ପିଏଚ୍ କ୍ୟାଟେଗୋରୀ ପାଇଁ ଏହା ୪୫% ରହିଛି । ଆସନ୍ତା ନଭେମ୍ବର ୨୪ରେ ଦେଶର ୧୭୦ଟି ସହର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏମବିଏ ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ମଧ୍ୟ CAT ୨୦୨୪ ପରୀକ୍ଷା ପାଇଁ ଯୋଗ୍ୟ ଅଟନ୍ତି ।

ପରୀକ୍ଷା ପାଇଁ ଆବେଦନ ଶୁଳ୍କ

CAT ୨୦୨୪ ପରୀକ୍ଷା ପାଇଁ ଆବେଦନ ଶୁଳ୍କରେ ବୃଦ୍ଧି କରାଯାଇଛି । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ଯାହା ପୂର୍ବରୁ ୨୪୦୦ ଟଙ୍କା ଥିଲା । ସେହିପରି ସଂରକ୍ଷିତ ବର୍ଗ ଏବଂ ପିଏଚ୍ ବର୍ଗଙ୍କ ପାଇଁ୧୨୦୦ ଟଙ୍କାରୁ ୧୨୫୦କୁ ବୃଦ୍ଧି କରାଯାଇଛି । ବିନା ଆବେଦନ ଶୁଳ୍କ ପୈଠରେ ଆପ୍ଲିକେସନ୍ ଅସମ୍ପୂର୍ଣ୍ଣ ବିବେଚିତ କରାଯିବ ।

ଆବେଦନ କରିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

– ଯେଉଁ ମୋବାଇଲ ନମ୍ବର ଏବଂ ଇମେଲ ଆଡ୍ରେସ୍ ଆଗାମୀ ଦିନରେ କାର୍ଯ୍ୟକାରୀ ହେଉଥିବ ତାହା ଦିଅନ୍ତୁ

– ପାର୍ସପୋର୍ଟ ଫଟୋ ୬ ମାସ ପୁରୁଣା ହୋଇନଥିବ

– ନୋଟିଫିକେସନ୍ ସମ୍ପୂର୍ଣ୍ଣ ପଢ଼ିସାରିବା ପରେ ଫର୍ମ ପୁରଣ କରନ୍ତୁ

– ନିୟମିତ ବ୍ୟବଧାନରେ ଅଫିସିଆଲ ୱେବସାଇଟ୍ iimcat.ac.in ସହ ଅପଡେଟ୍ ରୁହନ୍ତୁ

Get real time updates directly on you device, subscribe now.