ନୂଆଦିଲ୍ଲୀ- ଯଦିଓ ହାର୍ଟ ଆର୍ଟାକ୍ ବା ହୃଦଘାତ କୌଣସି ବି ସ୍ଥାନରେ, କୌଣସି ସମୟରେ ହୋଇପାରେ । ହେଲେ ଗାଧୋଇବା ସମୟରେ ହୃଦଘାତ ଅଧିକ ହୋଇଥାଏ । ଡାକ୍ତରଙ୍କ ମୁତାବକ, ଟଏଲେଟରେ ବା ଗାଧୋଇବା ସମୟରେ ଅଧିକ ହୃଦଘାତ ହୋଇଥାଏ । ଏହି ସ୍ଥାନରେ ହୃଦଘାତ ହେବା ବ୍ୟକ୍ତିର ଜୀବନ ପ୍ରତି ବିପଦଜନକ ହୋଇଥାଏ, କାରଣ ଏହି ସ୍ଥାନ ଅତ୍ୟନ୍ତି ପ୍ରାଇଭେଟ ଓ ବନ୍ଦ ସ୍ଥାନ । ବ୍ୟକ୍ତିର ହୃଦଘାତକୁ ନେଇ ସାହାଯ୍ୟ ମିଳିବାରେ ବିଳମ୍ବ ହୁଏ ।
ତେବେ କାହିଁକି ଗାଧୋଇବା ସମୟରେ ଅଧିକ ହୃଦଘାତ ହୁଏ ବୋଲି ଲୋକଙ୍କ ଭିତରେ ଏକ ସାଧାରଣ ପ୍ରଶ୍ନ ରହିଛି । ଏହାକୁ ନେଇ ଡାକ୍ତର କୁହନ୍ତି, ଅନିୟମିତ ହୃଦସ୍ପନ୍ଦନ ହୃଦଘାତର ଏକ ମୁଖ୍ୟ କାରଣ । ମଳ ତ୍ୟାଗ ସମୟରେ, ଗାଧୋଇବା ବେଳେ ବା ମଦ୍ୟପାନ କରୁଥିବା ସମୟରେ ହୃଦସ୍ପନ୍ଦନରେ ଏକ ପ୍ରକାରର ବୈଦ୍ୟୁତିକ ବିଚ୍ୟୁତି ଘଟିଥାଏ । ବୈଜ୍ଞାନିକଙ୍କ ମୁତାବକ, ମଳ ତ୍ୟାଗ କରୁଥିବା ସମୟରେ ବା ଶୌଚ କାଳରେ ବ୍ୟକ୍ତି ଅଧିକ ଚିନ୍ତାରେ ରହିଥାଏ, ଯାହା ହୃଦଘାତ ପାଇଁ ଉପଯୁକ୍ତ ସମୟ ହୋଇଥାଏ । ଏହି ସମୟରେ ବ୍ୟକ୍ତି ଶରୀରରେ ଅଧିକ ଚାପ ସୃଷ୍ଟି କରେ, ଯାହା ସେମିତି କୌଣସି ଅସାମାନ୍ୟ ଘଟଣା ନୁହେଁ । ତେବେ ଏହା ହୃତପିଣ୍ଡ ଉପରେ ଅଧିକ ପ୍ରଭାବ ପକାଇଥାଏ । ଆଉ ଯଦି ଆଗରୁ ହିଁ ବ୍ୟକ୍ତିଙ୍କ ହୃତପିଣ୍ଡ ସୁସ୍ଥ ନ ଥିବ, ଏହି ସ୍ଥିତି ହୃତଘାତକୁ ଅଧିକ ପ୍ରଭାବଶାଳୀ କରିତୋଳେ ।
ଡାକ୍ତରଙ୍କ ମୁତାବକ, ଗାଧୁଆ ଘରେ ହେଉଥିବା ଏହି ଚାପକୁ ଭାସୋଭାଗାଲ ପ୍ରତିକ୍ରିୟା କୁହାଯାଏ, ଯାହା ବ୍ୟକ୍ତିର ବେଗସ ତନ୍ତ୍ର ଉପରେ ଚାପ ସୃଷ୍ଟି କରେ ଓ ହୃତସ୍ପନ୍ଦନକୁ ଶୀଥିଳ କରିଦିଏ । ଡାକ୍ତରଙ୍କ ମୁତାବକ, ଅଧିକଗରମ ବା ଥଣ୍ଡା ପାଣି ହୃତସ୍ପନ୍ଦନକୁ ପ୍ରଭାବିତ କରିଥାଏ । ସାଓା୍ୱର ନେବା ବେଳେ ଶରୀରର ତାପମାତ୍ରା ପାଣି ସହ ତାଳମେଳ ରକ୍ଷା କରିବାକୁ ଯାଇ ଧମନୀ ଓ କ୍ୟାପିଲାରୀରେ ପ୍ରବଳ ଚାପ ପକାଇଥାଏ ।
ଗାଧୋଇବା ସମୟରେ ହୃତଘାତକୁ ନେଇ ପରିସଂଖ୍ୟାନ କହୁଛି, ଯେଉଁମାନେ ପାଣି କାନ୍ଧ ଉପରୁ ବା ମୁଣ୍ଡରେ ଢାଳନ୍ତି, ସେମାନେ ଉଚ୍ଚ ରକ୍ତଚାପ ବା ହୃଦରୋଗର ଶିକାର ହେବାର ସମ୍ଭାବନା ଅଧିକ ଥାଏ । ସ୍ଥଳ ବିଶେଷରେ ଔଷଧର ମାତ୍ରାଧିକ ବ୍ୟବହାର ହୃଦଘାତ ବା କାର୍ଡିଆକ ଆରେଷ୍ଟରେ କାରଣ ହୋଇପାରେ । ଯେମିତି କିଛି ଲୋକ ସେମାନଙ୍କ ଗାଧୁଆ ଘର କବର୍ଡରେ ରଖିଥାନ୍ତି । ତାକୁ ସେହି ସ୍ଥାନରେ ଗ୍ରହଣ କରିବା ସହ ଶରୀରରେ ଦେଖାଦେଉଥିବା ଶୀଥିଳତା ହାର୍ଟ ଆଟାକ୍କୁ ଅଧିକ ପ୍ରଭାବୀ କରିତୋଳେ ।
ହୃଦଘାତ ହେବାର କେତେକ ଲକ୍ଷଣ
ଛାତିରେ ଯନ୍ତ୍ରଣା, ଶ୍ୱାସକ୍ରିୟାରେ ଶୀଥିଳତା, ମୁଣ୍ଡ ବୁଲାଇବା, ବାନ୍ତି, ନିଶ୍ୱାସ-ପ୍ରଶ୍ୱାସରେ ଅସୁବିଧା ଓ ଅଚେତ ହେବା ପରି ଲକ୍ଷଣ ଗାଧୋଇବା ବେଳେ ହୃଦଘାତ ହେଲେ ଦେଖିବାକୁ ମିଳିଥାଏ ।
ତେବେ ଗାଧୋଇବା ସମୟରେ ହାର୍ଟ ଆର୍ଟାକ୍ ହେଲେ ମେଡିକାଲ ସହାୟତା ଲୋଡିପାରନ୍ତି । ପ୍ରଥମ ପରିସ୍ଥିତିରେ ବିଚଳିତ ବା ଭୟଭୀତ ନ ହୋଇ ନିଜକୁ ସ୍ଥିର ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ଜଣେ ହୃଦରୋଗୀ ହୋଇଥାନ୍ତି, ତେବେ କେତେକ ସୁରକ୍ଷା ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ସହ ଏନେଇ ପରିବାର ଲୋକଙ୍କୁ ଅବଗତ କରାଇ ନିଅନ୍ତୁ । ଅଧିକ ସମୟ ଗାଧୁଆ ଘରେ ରହିଲେ ପରିବାର ଲୋକ ଯାଇ ଚେକ କରିବା ଦରକାର । କବାଟ ବାଡେଇବା ବେଳେ ବ୍ୟକ୍ତି କୌଣସି ଉତ୍ତର ନ ଦେବା ଅର୍ଥ ତାଙ୍କୁ ଜôରୁୁରୀକାଳୀନ ସେବାର ଆବଶ୍ୟକତା ରହିଛି । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ ।
ତେବେ କେତେକ ବ୍ୟବହାରିକ ଅଭ୍ୟାସ କରିବାକୁ ହୋଇଥାଏ ହାର୍ଟ ପେସେଣ୍ଟଙ୍କୁ । ଯେମିତି କି, କଦାପି ଗରମ ପାଣି ଛାତିରେ ଢାଳିବେ ନାହିଁ । ଗାଧୋଇବା ଟବରେ ଥିବା ସମୟରେ ଟାଇମର ବା ଆଲାର୍ମ ସେଟ କରନ୍ତୁ । ନିଦ ପାଇଁ ଉଦ୍ଦିଷ୍ଟ ଔଷଧ ସେବନ କରିବା ପରେ ହଟ ବାଥ ଗ୍ରହଣ କରନ୍ତୁ ନାହିଁ । ଗାଧୋଇବା ବେଳେ ନିଜ ମୋବାଇଲକୁ ହାତ ପାହାନ୍ତାରେ ରଖନ୍ତୁ, ଯେମିତି ଆବଶ୍ୟକ ସମୟରେ ଫୋନ କରି ପରିବାର ଲୋକଙ୍କୁ ଜଣାଇପାରିବେ ।