Breaking: ଲଡୁ ବିବାଦ, ୪ ଜଣଙ୍କୁ ଗିରଫ କଲା CBI
ସାମ୍ନାକୁ ଆସିଲା ସତ। ଦୀର୍ଘ ୫ ମାସ ପରେ ତିରୁପତି ଲଡୁ ବିବାଦରେ ଗିରଫ ହେଲେ ୪ କର୍ମଚାରୀ। ଲଡୁରେ ମିଶୁଥିଲା ମାଛ ତେଲ ସହ ପଶୁ ଚର୍ବି।
ଆନ୍ଧ୍ରପ୍ରଦେଶ: ତିରୁପତି ଲଡୁ ବିବାଦ। ୪ ଜଣଙ୍କୁ ଗିରଫ କଲା CBI। ଘିଅ ଯୋଗାଉଥିବା ସଂସ୍ଥାର ୪ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ପାଖାପାଖି ୫ ମାସର ତଦନ୍ତ ପରେ ଲଡୁ ବିବାଦରେ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି CBI।
ପ୍ରସିଦ୍ଧ ତିରୁପତି ତିରୁମାଳା କିଛି ଦିନ ତଳେ ଚର୍ଚ୍ଚାରେ ରହିଆସୁଥିଲା । ବାଲାଜୀଙ୍କ ମନ୍ଦିରରେ ମିଳୁଥିବା ଲଡୁ ଭୋଗରେ ପଶୁ ଚର୍ବି ସହ ମାଛ ତେଲ ଆଦି ମିଶିଥିବା ନେଇ ଅଭିଯୋଗ ହୋଇଥିଲା।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲଡୁରେ ପଶୁ ଚର୍ବି ଓ ମାଛତେଲ ଥିବା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଜଗନମୋହନ ରେଡ୍ଡୀ ସରକାରଙ୍କ ସମୟରେ ଲଡୁ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛ ତେଲ ରହିଥିଲା। ଏହାପରେ ଘିଅ ନମୁନା ଯାଞ୍ଚ ପାଇଁ ଗୁଜରାଟ ପଠା ଯାଇଥିଲା।