fbpx
BSKY SKY
BSKY SKY

CBI Raid Rabri Residence ; ଜମି ବଦଳରେ ଚାକିରି ମାମଲାରେ ପୁଣି ଚଢଉ, ପୁଣି ଦୋହରିଲା ପୁରୁଣା ଇତିହାସ

BSKY

ପାଟନା: ବିହାରର ପୂର୍ବତନ ସିଏମ୍ ରାବ୍ରି ଦେବୀଙ୍କ ବାସଭବନରେ ପହଞ୍ଚିଛି ସିବିଆଇ ଟିମ୍ । ସିବିଆଇ ଟିମ୍ ରାଜଧାନୀ ପାଟନାରେ ଥିବା ବାସଭବନରେ ଚଢାଉ କରିଛି । ଜମି ବଦଳରେ ଚାକିରି ଦେବା ପ୍ରସଙ୍ଗରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପକ୍ଷରୁ ଏହି ଚଢାଉ କରାଯାଇଛି । ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ସମଗ୍ର ଘଟଣା ସାମ୍ନାକୁ ଆସିଥିଲା। ଏହି ସମୟରେ ସୂଚନା ମିଳିଥିଲା ଯେ ଅନେକ ସିବିଆଇ ଗାଡି ରାବ୍ରିଙ୍କ ବାସଭବନରେ ପହଞ୍ଚିଛି, ଅଧିକାରୀମାନେ ତଦନ୍ତରେ ନିୟୋଜିତ ଅଛନ୍ତି।

ସୂଚନାନୁସାରେ, ଜମି ଦେଇ ଚାକିରି ଦେବା ପ୍ରସଙ୍ଗରେ ସିବିଆଇ ଟିମ୍ ଚଢାଉ କରିଛି। ସିବିଆଇ ଅଧିକାରୀମାନେ ଦୁଇ-ତିନି ଗାଡିରେ ଆସିଥିଲେ। କୁହାଯାଉଛି ଯେ ସିବିଆଇ ଟିମ୍ ପହଞ୍ଚିବା ପୂର୍ବରୁ ରାଜ୍ୟର ଡେପୁଟି ସିଏମ୍ ତେଜସ୍ୱୀ ଯାଦବ ତାଙ୍କ ବାସଭବନରୁ ବାହାରିଥିଲେ । ଆଜି ବିଧାନସଭାର ଏକ ଅଧିବେଶନ ରହିଛି, ଯେଉଁଥିରେ ଯୋଗ ଦେବା ପାଇଁ ଡେପୁଟି ସିଏମ୍ ଏଠାରୁ ବାହାଥିଲେ ।

ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ ନିଜେ ବାସଭବନରେ ଉପସ୍ଥିତ ଅଛନ୍ତି। ସିବିଆଇ ଟିମ୍ ସହିତ ସୁରକ୍ଷାକର୍ମୀ ମଧ୍ୟ ଏହି ଚଢଉରେ ନିୟୋଜିତ ଅଛନ୍ତି। ଆରଜେଡିର ଏମଏଲସି ସୁନୀଲ ସିଂ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଏହି କାର‌୍ୟ୍ୟାନୁଷ୍ଠାନ ଉପରେ ବିହାରର ପୂର୍ବତନ ମନ୍ତ୍ରୀ ନିତିନ ନବୀନ କହିଛନ୍ତି, ‘ରାବ୍ରି ବାସଭବନରେ ସିବିଆଇ ପୁରୁଣା ଇତିହାସ ଅଛି’।

Get real time updates directly on you device, subscribe now.