fbpx

NEET-UG ପେପର ଲିକ ମାମଲାରେ ସିବିଆଇର କଡ଼ା ପଦକ୍ଷେପ, ଝାଡ଼ଖଣ୍ଡ ପରେ ଏବେ ଗୁଜରାଟର ୭ଟି ସ୍ଥାନରେ ଚଢାଉ

Advertisement

ନୂଆଦିଲ୍ଲୀ: ଦେଶରେ ନୀଟ ପେପର ମାମଲାକୁ ନେଇ ଦେଶରେ ସଡ଼କ ଠାରୁ ସଂସଦ ପର୍ଯ୍ୟନ୍ତ ସବୁଠାରେ ଏହାର ଚର୍ଚ୍ଚା । ନୀଟ ପ୍ରସଙ୍ଗରେ ଉତ୍ତେଜନା ଉପରେ ଗତକାଲି ସଂସଦରେ ବିବାଦ ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ସିବିଆଇ ଶନିବାର ଦିନ ଗୁଜରାଟର ୭ଟି ସ୍ଥାନରେ ଚଢାଉ କରିଛି । ସିବିଆଇ ଆନନ୍ଦ, ଖେଡା, ଅହମଦାବାଦ ଏବଂ ଗୋଦରାରେ ଚଢାଉ କରିଛି । ଗୁଜରାଟର ଏହି ଚଢାଉରେ ନୀଟ ପେପର ଲିକ ସହ ଜଡିତ ଅନେକ ସୂଚନାମାନ ମିଳିବାର ସମ୍ଭାବନା ରହିଛି । ସିବିଆଇ ନୀଟ ୟୁଜି ପେପର ଲିକ ମାମଲାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରିଛି ।

ଏହା ପୂର୍ବରୁ ସିବିଆଇ ଝାଡ଼ଖଣ୍ଡରେ ଚଢାଉ କରିଥିଲା । ଟୀମ ହଜାରିବାଗର ଓଏସିସି ସ୍କୁଲର ପ୍ରିନ୍ସିପାଲ ଏହସାନୁଲ ହକଓର ବାଇସ ପ୍ରିନ୍ସିପାଲ ଇମତିୟାଜ ଆଲମଙ୍କୁ ଗିରଫ କରିଛନ୍ତି । କୁହାଯାଉଛି ଯେ, ମେ ୫ ତାରିଖରେ ଏନଟିଏ ପକ୍ଷରୁ ଆୟୋଜିତ ନୀଟ ୟୁଜି ପ୍ରବେଶ ପରୀକ୍ଷାରେ ହଜାରୀବାଗର ସିଟି-କୋଅର୍ଡିନେଟର କରାଯାଇଥିଲା । ଇମତିୟାଜ ଆଲମଙ୍କୁ ଏନଟିଏର ପର୍ଯ୍ୟବେକ୍ଷକ ଏବଂ ଓଏସିସ ସ୍କୁଲର ସେଣ୍ଟର କୋର୍ଡିନେଟର କରାଯାଇଥିଲା । ଏହି ଦୁଇ ଅଭିଯୁକ୍ତଙ୍କ ଏକସାଙ୍ଗରେ ସିବିଆଇ ଗିରଫ କରିଛି ।

Get real time updates directly on you device, subscribe now.