fbpx

ମେ ୪ରୁ ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ, ୩୧ା୧୨: ଛାତ୍ରୀଛାତ୍ରୀଙ୍କ ପାଇଁ ଏକ ଖୁସିର ଖବର । ସିବିଏସଇ ବୋର୍ଡ ପରୀକ୍ଷା ୨୦୨୧ର ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ତେବେ ପରୀକ୍ଷା ସମୟରେ ସମସ୍ତ କରୋନା ଗାଇଡ ଲାଇନକୁ ମାନିବାକୁ ବାଧ୍ୟତାମୂଳକ କରାଯାଇଛି ।

ଆସନ୍ତା ମେ ମାସ ୪ ତାରିଖରୁ ଜୁନ ୧୦ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବ । ମାର୍ଚ୍ଚ ମାସରୁ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ହେବ । ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳାଫଳ ବାହାରିବ । ପୂର୍ବରୁ ଶିକ୍ଷାମନ୍ତ୍ରୀ ଡିସେମ୍ବର ୩୧ ତାରିଖରେ ପରୀକ୍ଷା ତାରିଖ ଘୋଷଣା କରିବେ ବୋଲି ଟ୍ୱିଟ କରିଥିଲେ ।

Get real time updates directly on you device, subscribe now.