CBSE ୧୦ମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଜାରି କଲା ଜରୁରୀ ନୋଟିସ୍, ପଢନ୍ତୁ ଡିଟେଲ୍ସ
ସିବିଏସଇ ଜାରି କଲା ନୂଆ ନୋଟିସ୍, ଜାଣନ୍ତୁ
ନୂଆଦିଲ୍ଲୀ: ଯଦି ଆପଣ ଆସନ୍ତା ବର୍ଷ ସିବିଏସଇ ବୋର୍ଡ ପରୀକ୍ଷାରେ ସାମିଲ ହେବାକୁ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ରହିଛି। ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି କରିଛନ୍ତି।
ବୋର୍ଡ ପରୀକ୍ଷା ପାଇଁ ସିବିଏସଇ ଅଟେନଡାନ୍ସକୁ ନେଇ ନୋଟିସ ଜାରି କରିଛନ୍ତି। ଇଚ୍ଛୁକ ଛାତ୍ର-ଛାତ୍ରୀମାନଙ୍କ ଅଫିସିଆଲ ୱେବସାଇଟରେ ଜାରି କରାଯାଇଛି। ଇଚ୍ଛୁକ ଛାତ୍ର-ଛାତ୍ରୀ ଅଫିସିଆଲ ୱେବସାଇଟକୁ ଯାଇ ଏହି ନୋଟିସକୁ ଚେକ୍ ବା ଡାଉନଲୋଡ କରିପାରିବେ।
ଜାରି କରାଯାଇଥିବା ନୋଟିସରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଯେ, ବୋର୍ଡ ପରୀକ୍ଷାଗୁଡ଼ିକ ପାଇଁ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥିତି ହେବା ଆବଶ୍ୟକ। ଏଥିସହ ବୋର୍ଡ ନୋଟିସରେ ଏହା ମଧ୍ୟ କହିଛନ୍ତି ଯେ, କୌଣସି ପ୍ରକାରର ଅନୁମତି ଦିଆଯିବନି।
ବୋର୍ଡ ଏହା ମଧ୍ୟ କହିଛି ଯେ, ମେଡିକାଲ ଇମରଜେନ୍ସି ସ୍ଥିତି, ଜାତୀୟ ବା ଅନ୍ତର୍ଜାତୀୟ ଖେଳ ଆୟୋଜନରେ ଅଂଶଗ୍ରହଣ ଏବଂ ଅନ୍ୟ ଗମ୍ଭୀର କାରଣରୁ ୨୫ ପ୍ରତିଶତର ହ୍ରାସ କରାଯାଇଛି।
ଏଥିରେ ଛାତ୍ରମାନଙ୍କର ଦରଖାସ୍ତ ଦେଖାଯିବ। ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ, ବୋର୍ଡର ପରୀକ୍ଷା ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଏବଂ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ରେଗୁଲାର ଆଟେଡାନ୍ସ ଆବଶ୍ୟକ।
କେମିତି କରିବେ ନୋଟିସ ଚେକ୍:
-ଛାତ୍ରଛାତ୍ରୀ ସର୍ବ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
-ଏହାପରେ ଷ୍ଟୁଡେଣ୍ଟ ହୋମପେଜରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ କରନ୍ତୁ।
-ଏଥିରେ ଛାତ୍ରଛାତ୍ରୀଙ୍କ ସାମ୍ନାରେ ନୋଟିସ ଏକ ଅଲଗା ୱିଣ୍ଡୋରେ ଖୋଲାଯିବ।
-ବର୍ତ୍ତମାନ ଛାତ୍ରଛାତ୍ରୀ ନୋଟିସକୁ ଚେକ୍ କରନ୍ତୁ ଏବଂ ଡାଉନଲୋଡ ମଧ୍ୟ କରି ଏକ ପ୍ରିଣ୍ଟଆଉଟ ନେଇପାରିବେ।