fbpx

ଆଇସିସିର ଦୁର୍ନୀତି ନିବାରଣ ସଂହିତା ଉଲ୍ଲଂଘନ: କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ବ୍ରେଣ୍ଡେନ୍‌ ଟେଲର୍‌ ସାଢ଼େ ତିନି ବର୍ଷ ବାସନ୍ଦ

ଦୁବାଇ: ଜିମ୍ବାୱେର ପୂର୍ବତନ କ୍ରିକେଟ ଅଧିନାୟକ ବ୍ରେଣ୍ଡେନ ଟେଲର ମ୍ୟାଚ ଫିକ୍ସିଂ ସମ୍ପର୍କରେ ଆଇସିସିକୁ ଅବଗତ କରାଇବା ନେଇ ଅହେତୁକ ବିଳମ୍ବ କରିବା କାରଣ ନେଇ କଠୋର ଦଣ୍ଡର ସମ୍ମୁଖୀନ ହୋଇଛନ୍ତି । ଆଇସିସି ଦୁର୍ନୀତି ବିରୋଧୀ ଆଚରଣବିଧି ଉଲ୍ଲଘଂନ କରି ଥିବାରୁ ତାଙ୍କୁ ସାଢ଼େ ତିନି ବର୍ଷ ବାସନ୍ଦ କରିଛି ଆଇସିସି । ସେହିରି ବୁକିଙ୍କ ସହିତ କୋକେନ ସେବନ କରି ଥିବାରୁ ଡ୍ରଗ୍ସ ମାମଲାରେ ଆଉ ଏକମାସ ବାସନ୍ଦର ସମ୍ମୁଖୀନ ହେବେ ।ସୂଚନା ଯୋଗ୍ୟ ଯେ ୨୦୧୯ରେ କେତେକ ଭାରତୀୟ ବୁକି ତାଙ୍କୁ ମ୍ୟାଚ ଫିକି୍ସଂ ପାଇ ପ୍ରବର୍ତ୍ତାଇ ଥିବାବେଳେ ସେ ଏହି ଘଟଣା ତୁରନ୍ତ ଆଇସିସିକୁ ଜଣାଇ ନ ଥିଲେ ।

ଟେଲର କହିଥିଲେ ଯେ, ଜଣେ ଭାରତୀୟ ବ୍ୟବସାୟୀ ୨୦୧୯ରେ ଜିମ୍ବାୱେରେ ଟିଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ ଏବଂ ପ୍ରାୟୋଜକ ପାଇଁ ମୋତେ ଭାରତ ଡକାଇଥିଲେ । ତାଙ୍କ ସହ ବୈଠକ ବେଳେ ମୁଁ ଭୁଲରେ ଡ୍ରଗ୍ସ ସେବନ କରିଥିଲି । ଏହାପରେ ସେ ମୋତେ ୨୦୨୦ ବାଂଲାଦେଶ ଗସ୍ତରେ ସ୍ପଟ୍‌ ଫିକ୍ସିଂ କରିବାକୁ କହିଥିଲେ । କିନ୍ତୁ ମୁଁ ଫିକ୍ସିଂ କରିବାକୁ ମନା କରିଥିଲି ।’

Get real time updates directly on you device, subscribe now.