ପୁରୀ ସହରକୁ ଜଗିବ ସିସିଟିଭି; ସବୁଠି ଛାଉଣି ହେବ CCTV, ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଯୋଜନା

ପୁରୀ: (ଓଡ଼ିଶା ଭାସ୍କର) ପୁରୀ ପାଇଁ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ସିସିଟିଭି ଯୋଜନା । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ଲାଗିବି ସିସିଟିଭି । ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଥିବା କହିଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସଙ୍କର ସ୍ୱାଇଁ । ସମଙ୍ଗ, ମାଳତୀପାଟପୁର, ମଙ୍ଗଳଘାଟ ପ୍ରବେଶ ପଥରେ ଲାଗିବ ସିସିଟିଭି ।

ପୋର୍ଟେବଲ ନେଟ୍‌ୱର୍କ ଓ ଅପଟିକାଲ ଫାଇବର ଥିବା ୬୨୦ ସିସିଟିଭି ଲାଗିବ । ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥନ ପଥରେ ଲାଗିବ । ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି । ଯାହା ଫଳରେ ଆହୁରି ସୁରକ୍ଷିତ ହେବ ପୁରୀ ସହର । ସବୁବେଳେ ଚଳଚଞ୍ଚଳ ଥିବା ପୁରୀ ସହରର ସୁରକ୍ଷା କରିବ ସିସିଟିଭି ।

ଏହି ଯୋଜନା କାର୍ଯ୍ୟକାରୀ ହେଲେ ଲକଙ୍କ ଭିତରେ ଥିବା ଭୟ କମିବ ଏବଂ ଅନେକ ଅପରାଧିକ ମାମଲା ମଧ୍ୟ କମ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତ ଗତିବିଧି ଉପରେ ପୋଲିସର ନଜର ରହିବ । ଯଦି କିଛି ଘଟଣା ଘଟେ ତେବେ ସଙ୍ଗେସଙ୍ଗେ ସେନେଇ ତଥ୍ୟ ମିଳିପାରିବ ।

Get real time updates directly on you device, subscribe now.