fbpx

ହସ୍ପିଟାଲର ସବୁ ୱାର୍ଡରେ ସିସିଟିଭି ଲଗାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି ଯେ, ହସ୍ପିଟାଲ କୌଣସି ପୋଲିସ ଷ୍ଟେସନ୍ ନୁହେଁ । ଏଥିସହିତ ଦେଶର ସବୁ ହସ୍ପିଟାଲର ପ୍ରତିଟି ୱାର୍ଡରେ ସିସିଟିଭି ଲଗାଇବାକୁ ଅନୁମତି ଦେଇପାରିବେ ନାହିଁ । କାରଣ ଏଠାରେ ଲୋକଙ୍କ ପ୍ରାଇଭେସି ରହିଛି । ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ ଏବଂ ବିଭି ନାଗରତ୍ନଙ୍କ ଏକ ବେଞ୍ଚ ଏକ ଏନଜିଓ ଅଲ ଇଣ୍ଡିଆ ଗ୍ରାହକ ସୁରକ୍ଷା ଏବଂ କାର୍ୟ୍ୟ କମିଟି ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ଖାରଜ କରି ଏହାକୁ ଉନ୍ନତ ତଥା ନିର୍ଦ୍ଦିଷ୍ଟ ଅନୁରୋଧ ସହିତ ପୁନର୍ବାର ଆସିବାକୁ କହିଛନ୍ତି ।

ପୀଠ କହିଛନ୍ତି ଯେ, ହସ୍ପିଟାଲ, ପୋଲିସ୍ ଷ୍ଟେସନ୍ ନୁହେଁ । ଆମେ ପୂରା ଦେଶର ହସ୍ପିଟାଲରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇପାରିବୁ ନାହିଁ । ଏଥିରେ ଗୋପନୀୟତା ସମସ୍ୟା ହୋଇପାରେ । ଯଦି କୌଣସି ରୋଗୀଙ୍କ ଅପରେସନ୍ କରାଯାଉଛି କିମ୍ବା କୌଣସି ମହିଳାଙ୍କର କୌଣସି ଚିକିତ୍ସା କରରାଯାଉଛି । ତେବେ ଏପରି ପରିସ୍ଥିତିରେ ସିସିଟିଭି ଲଗାଯାଇପାରିବ ନାହିଁ । ଏଥିରେ ରୋଗୀଙ୍କ ଗୋପନୀୟତା ସାମିଲ ରହିଛି ।

Get real time updates directly on you device, subscribe now.