fbpx
BSKY
BJD YOUTH SKY
BJD MS SKY

ଲଖିମପୁର ହିଂସା: ଆଶିଷ ମିଶ୍ରାଙ୍କୁ ଦ୍ୱିତୀୟ ଥର ପାଇଁ ସମନ କଲା କ୍ରାଇମବ୍ରାଞ୍ଚ, ହାଜର ହେବେ ନା ଲୁଚକାଳି ଖେଳିବେ?

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅକୁ ଦ୍ୱିତୀୟ ଥର ପାଇଁ ସମନ ଜାରି କଲା କ୍ରାଇମବ୍ରାଞ୍ଚ । ଗତକାଲି ହାଜର ହେବା ନେଇ ନୋଟିସ୍ ପଠାଯାଇଥିଲେ ସୁଦ୍ଧା ସେ ଆସିନଥିଲେ । କିନ୍ତୁ ପୁଣିଥରେ ତାଙ୍କୁ ସମନ ଜାରି କରାଯାଇଛି । ଆଜି ୧୧ ଟା ସୁଦ୍ଧା ସେ ହାଜର ହେବେ । ତେବେ ଆଜି ଯଦି ସେ ହାଜର ହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ ବୋଲି କହିଛି ୟୁପି ପୋଲିସ୍ । ଏହା ପୂର୍ବରୁ ଗୁରୁବାର ଦିନ ପୋଲିସ୍ ତାଙ୍କ ଘର ସାମନାରେ ନୋଟିସ୍ ଛାପି ଆସିଥିଲା ଓ ସକାଳ ୧୦ଟା ବେଳେ ହାଜର ହେବାକୁ କହିଥିଲା ।

ଗତକାଲି ଆଶିଷ ମିଶ୍ରାଙ୍କ ହାଜର ନହେବାରୁ ଅନୁମାନ ଲଗାଯାଉଥିôଲା ଯେ, ସେ ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ଯାଇ ଲୁଚିଛନ୍ତି କିମ୍ବା ଫେରାର୍ ହୋଇଯାଇଛନ୍ତି । ହେଲେ ତାଙ୍କ ବଡ଼ ଅମିତ୍ ଭାଇ କହିଥିଲେ ଯେ, ସେ କେଉଁ ଆଡ଼େ ଫେରାର୍ ହୋଇନାହାନ୍ତି ବରଂ ତାଙ୍କୁ ଭାଇରାଲ୍ ଫିଭର୍ ହୋଇଛି । ସେ କହିଛନ୍ତି ଯେ, ତାଙ୍କ ବିରୋଧରେ କିମ୍ବା ତାଙ୍କ ପରିବାର ଲୋକଙ୍କ ବିରୋଧରେ ଲଖିମପୁର ହିଂସାକାଣ୍ଡ ଘଟାଇଥିବା ନେଇ କୌଣସି ପ୍ରମାଣ ନାହିଁ ।

Get real time updates directly on you device, subscribe now.