fbpx

Video: ସାମ୍ନାକୁ ଆସିଲା ଋଷଭ ପନ୍ତଙ୍କ କାର ଦୁର୍ଘଟଣାର ସମୟର ସିସିଟିଭି ଫୁଟେଜ, ଦେଖନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଦୁର୍ଘଟଣା ସମସ୍ତ କ୍ରିକେଟ୍ ଜଗତକୁ ସ୍ତବ୍ଧ କରି ଦେଇଛି। ଦୁର୍ଘଟଣା ପରେ ପନ୍ତଙ୍କ ଫଟୋ ଏବଂ ତାଙ୍କର ଜଳିଯାଇଥିବା କାର୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ପ୍ରଶଂସକମାନେ ପନ୍ତଙ୍କ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଫଟୋ ଗୁଡ଼ିକ କ୍ରମାଗତ ଭାବରେ ସେୟାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ଋଷଭ ପନ୍ତଙ୍କ କାର ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ ପନ୍ତଙ୍କ କାର କେଉଁଭଳି ଭାବେ ଯାଇ ଡିଭାଇଡରରେ ପିଟି ହୋଇଥିଲା ତାହା ଦେଖିବାକୁ ମିଳିଛି ।

ଘରକୁ ଫେରୁଥିବା ବେଳେ ଋଷଭ ପନ୍ତଙ୍କ କାର ଡିଭାଇଡର ସହିତ ଧକ୍କା ହୋଇଥିଲା । ଏହା ପରେ କାରଟିରେ ନିଆଁକୁ ନିଆଁ ଲାଗିଯାଇଥିଲା, କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଯେ ଋଷଭ ପନ୍ତ ବର୍ତ୍ତମାନ ଠିକ୍ ଅଛନ୍ତି । ଏହି ସମୟରେ ଉତ୍ତରାଖଣ୍ଡର ଡିଜିପି କହିଛନ୍ତି ଯେ, ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତ ଆହତ ହୋଇଥିଲେ ଏବଂ ତାଙ୍କ କାର ଏକ ଡିଭାଇଡରକୁ ଧକ୍କା ଦେଇଥିଲା । ଏହା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା ଏବଂ ପନ୍ତ କାର୍‌ର ଝରକା ଭାଙ୍ଗି ବାହାରକୁ ଆସିଥିଲେ । ଦୁର୍ଘଟଣା ସମୟରେ ସେ କାରରେ ଏକୁଟିଆ ଥିଲେ ।

ଡିଜିପି ଆହୁରି ମଧ୍ୟ କହିଛନ୍ତି ଯେ ଶରୀରରେ ଅଧିକ ଆଘାତ ନାହିଁ କିନ୍ତୁ ଗୋଟିଏ ଗୋଡରେ ଫାଟିଯିବାର ସମ୍ଭାବନା ଅଛି । ତାଙ୍କୁ ଡେହରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସକାଳ ପ୍ରାୟ ସାଢେ ୫ଟା ସମୟରେ ଋଷଭଙ୍କ କାର୍ କୋଟୱାଲୀ ମାଙ୍ଗାଲୋର ଅଞ୍ଚଳ ଅନ୍ତର୍ଗତ ମହମ୍ମଦପୁର ଜାଟ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଆହତ ଋଷଭ ପନ୍ତଙ୍କ ବିବୃତ୍ତି ଅନୁଯାୟୀ, ତାଙ୍କ ଆଖି ଲାଗି ଯିବାରୁ, କାର୍‌ର ସନ୍ତୁଳନ ହରାଇଥିଲେ । ପରେ କାରଟି ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ କାରରେ ନିଆଁ ଲାଗି ଯଅଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ୧୦୮ ଏବଂ ହରିଦ୍ୱାର ପୋଲିସ ପ୍ରଥମେ ଆହତ ପନ୍ତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ, ପରେ ତାଙ୍କୁ ଡେହରାଡୁନ୍ ପଠାଯାଇଥିଲା ।

Get real time updates directly on you device, subscribe now.