ବାୟୁସେନା ଚପର୍ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୧ ଛୁଇଁଲା

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚପରଟି ନୀଳଗିରି ହିଲସରେ ଦୁର୍ଘଟଣାର ଶିକାର ହୋଇଥିଲା । ହେଲିକପ୍ଟରରେ ସେନାର ପ୍ରମୁଖମ ଅଧିକାରୀଙ୍କ ସହିତ ରାୱତ ଦମ୍ପତ୍ତି ମଧ୍ୟ ଯାଉଥିଲେ ।

ପ୍ରାରମ୍ଭିକ ଭାବରେ ଉଦ୍ଧାର କାର୍ଯ୍ୟ ସମୟରେ ରାୱତଙ୍କ ସମେତ ୩ ଜଣଙ୍କୁ ଉଦ୍ଧାର କରାଯାଇ ୱେଲିଂଟନ୍ ଏୟାର ବେସରେ ଭର୍ତ୍ତି କରାଯାଇଥିଲା । ତେବେ ମିଳିଥିବା ଶେଷ ଖବର ଅନୁଯାୟୀ ୧୧ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।