କାର ଉପରେ ଓଲଟି ପଡିଲା ସିମେଣ୍ଟ ବୋଝେଇ ଟ୍ରକ, 9 ମୃତ , 2 ଗୁରୁତର

ମଧ୍ୟପ୍ରଦେଶ: ପୁଣିଥରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ 9ଜଣଙ୍କର ମୃତ୍ୟୁ ହେବା ସହିତ 2ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଝାବୁଆରେ।

ସକାଳ ହେବା ମାତ୍ରେ ବହୁତ ଗୁଡ଼େ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସୁଛି। ଯେଉଁଥିରେ ଅନେକ ଗୁଡିଏ ଲୋକଙ୍କର ଜୀବନ ଚାଲିଯାଉଛି। ସେହିପରି ଭାବେ ସମ୍ବଲପୁରର ଝାବୁଆରେ ସିମେଣ୍ଟ ବୋଝେଇ ହୋଇ ଯାଉଥିବା ଏକ ଟ୍ରକ ବିବାହ ଭୋଜି ଖାଇ ଫେରୁଥିବା ଏକ କାର ଉପରେ ଓଲଟି ପଡିଛି।

କାରରେ ସମ୍ପୂର୍ଣ୍ଣ 11 ଜଣ ଥିବା ବେଳେ 9ଜଣଙ୍କର ସେହିଠାରେ ହିଁ ମୃତ୍ୟୁ ଘଟିଛି ଏବଂ ଆଉ 2ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।