fbpx

ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା ଯୋଗାଉଛି କେନ୍ଦ୍ର, ଆବେଦନ କରିବାକୁ ଚାହୁଥିଲେ ଏଠାରେ କରନ୍ତୁ କ୍ଲିକ୍

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ଲହର କେଉଁଠାରେ ବଢୁଛି ତ ଆଉ କେଉଁଠାରେ ହ୍ରାସ ପାଇବାରେ ଲାଗିଛି । ଅନେକ କରୋନାଯୋଦ୍ଧା ଏହି ଭୟଙ୍କର କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ଯେଉଁ ସାମ୍ବାଦିକମାନେ କରୋନାରେ ପ୍ରାଣ ହରାଉଛନ୍ତି, ସେମାନଙ୍କ ପରିବାରକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଓଡିଶା ସରକାର । ରାଜ୍ୟ ସରକାରଙ୍କ ପରି କେନ୍ଦ୍ର ସରକାର ମଧ୍ୟ ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା କରିବାକୁ ଘୋଷଣା କରିସାରିଛନ୍ତି ।

କିନ୍ତୁ ଓଡିଶାରୁ ବର୍ତ୍ତମାନ ସୁଦ୍ଧା ଜଣଙ୍କ ପାଇଁ ଆବେଦନ କରାଯାଇଛି । ଯଦି କୌଣସି ମୃତ ସାମ୍ବାଦିକଙ୍କ ପରିବାର ଏହି ସହାୟତା ପାଇଁ ଆବେଦନ କରିବାକୁ ଚାହୁଛନ୍ତି, ତେବେ https://accreditation.pib.gov.in/jws/default.aspx ୱେବସାଇଟରେ ଆବେଦନ କରିପାରିବେ । କେବଳ ମୃତ ସାମ୍ବାଦିକଙ୍କ ପରିବାର କିମ୍ବା ସେମାନେ କାର୍ଯ୍ୟ କରୁଥିବା ସଂସ୍ଥା ଏଥିରେ ଆବେଦନ କରିପାରିବେ ।

ଉଲ୍ଲେଖଯୋଗ୍ୟ ଯେ, କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ସହାୟତା ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଛନ୍ତି । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ଲକ୍ଷଟଙ୍କାର ସହାୟତା ମିଳିବ । ଏହା ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଭାବେ ମିଳିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । କଠିନ ସମୟରେ ସାମ୍ବାଦିକମାନେ ନିଷ୍ଠାର ସହ ଦାୟିତ୍ୱ ତୁଲାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.