fbpx

ଏଣିକି ଶସ୍ତା ବିଜୁଳି ଦେବେ କେନ୍ଦ୍ର ସରକାର: ନୂଆ ନିୟମରେ ମାତ୍ର ଏତିକି ଟଙ୍କା ଆସିବ ବିଲ!

ନୂଆଦିଲ୍ଲୀ: ବର୍ତ୍ତମାନ ବିଦ୍ୟୁତ ବିଲକୁ ନେଇ ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏବେ ଉପଭୋକ୍ତାଙ୍କୁ ଏହି ଚିନ୍ତାରୁ ମୁକ୍ତି ଦେବା ପାଇଁ ଏକ ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏହି ନୂଆ ନିୟମ ଅନୁସାରେ, ଏଣିକି ବିଜୁଳି ବିଲରେ ହ୍ରାସ ପାଇବ । ବିଜୁଳି ବିଲର ମୂଲ୍ୟ ହ୍ରାସ କରିବା ପାଇଁ ‘ଦିନର ସମୟ’(ଟିଓଡି) ନିୟମ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହା ଦ୍ୱାରା ସାରା ଦେଶର ଉପଭୋକ୍ତା ଦିନ ବେଳା ବିଦ୍ୟୁତ ବ୍ୟବହାର ପରିଚାଳନା କରି ସେମାନଙ୍କ ବିଦ୍ୟୁତ ବିଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।

ବିଦ୍ୟୁତ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନରେ ଭାରତ ସରକାର ଏ ନେଇ ସୂଚନା ଦେଇଛନ୍ତି । ଏଥିରେ ବିଜୁଳି ନିୟମ-୨୦୨୦ରେ ସଂଶୋଧନ କରି ବିଦ୍ୟୁତ ଶୁଳ୍କ ପ୍ରଣାଳୀରେ ଦୁଇଟି ପରିବର୍ତ୍ତନ କରିଥିବା କୁହାଯାଇଛି । ଏହି ନିୟମ ଅନୁସାରେ, ଏଣିକି ସାରା ଦିନ ଗୋଟିଏ ମୂଲ୍ୟରେ ବିଦ୍ୟୁତ ବିଲ ଦିଆଯିବ ନାହିଁ । ଅର୍ଥାତ୍ ଦିନର ଭିନ୍ନ ଭିନ୍ନ ସମୟରେ ଅଲଗା ରହିବ ବିଦ୍ୟୁତ ବିଲ । ନୂତନ ଶୁଳ୍କ ବ୍ୟବସ୍ଥା ଅନୁଯାୟୀ ସୌର ସମୟରେ ବିଦ୍ୟୁତ୍ ହାର (ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ଦ୍ୱାରା ସ୍ଥିର ହୋଇଥିବା ଆଠ ଘଣ୍ଟା) ସାଧାରଣ ହାରଠାରୁ ୧୦ ରୁ ୨୦ ପ୍ରତିଶତ କମ୍ ଥିବାବେଳେ ସର୍ବାଧିକ ଉପଯୋଗ ହେଉଥିବା ସମୟରେ ଏହା ୧୦ ରୁ ୨୦ ପ୍ରତିଶତ ଅଧିକ ରହିବ। ଏହି ଟିଓଡି ନିୟମ ଉଭୟ ଉପଭୋକ୍ତା ଏବଂ ବିଦ୍ୟୁତ ପ୍ରଦାନକାରୀ ସଂସ୍ଥାକୁ ସୁହାଇବ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ଆର.କେ. ସିଂହ ।

ଏହି ଟିଓଡି ନିୟମ ଅନୁସାରେ, ଦିନର ବିଭିନ୍ନ ସମୟ ପାଇଁ ବିଦ୍ୟୁତ ବିଲ ମଧ୍ୟ ଅଲଗା ରହିବ । ଏହି ବ୍ୟବସ୍ଥା ଲାଗୁ ହେବା ପରେ ସର୍ବାଧିକ ବିଜୁଳି ବିଲ ଆସୁଥିବା ସମୟରେ ବିଭିନ୍ନ କାର୍ଯ୍ୟରୁ ପୋଷାକ ଧୋଇବା ଏବଂ ରୋଷେଇ କରିବା କାର୍ଯ୍ୟରୁ ଦୂରେଇ ରହିପାରିବେ । ତେବେ ଏହି ନିୟମ ଅନୁସାରେ, ଗ୍ରାହକମାନେ ସାଧାରଣ କାମକାର୍ଯ୍ୟ ସମୟରେ ପୋଷାକ ଧୋଇବା ଏବଂ ରୋଷେଇ ଭଳି କାର୍ଯ୍ୟ କରିବା ସହିତ ନିଜ ବିଦ୍ୟୁତ ବିଲ କମ୍ କରିପାରିବେ । ଏପ୍ରିଲ ୧ ତାରିଖରୁ ୧୦ କିଲୋୱାଟ ଏବଂ ତାଠାରୁ ଅଧିକ ଚାହିଦା ଥିବା ବାଣିଜ୍ୟିକ ଏବଂ ଶିଳ୍ପ ସହ ଜଡିତ ଉପଭୋକ୍ତାମାନଙ୍କ ପାଇଁ ଲାଗୁ କରାଯିବ ଟିଓଡି ଫି’ ସିଷ୍ଟମ । ତେବେ କୃଷି ବ୍ୟତୀତ ଅନ୍ୟ ସମସ୍ତ ଗ୍ରାହକଙ୍କ ପାଇଁ ଆସନ୍ତା ବର୍ଷ ଏପ୍ରିଲ ୧ ତାରିଖରୁ ଏହି ନିୟମ ଲାଗୁ କରାଯିବ ।

Get real time updates directly on you device, subscribe now.