fbpx

Dearness Allowanceକୁ ନେଇ ହେବ ବଡ଼ ଘୋଷଣା! କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଉପହାର

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରତି ୬ ମାସରେ ଥରେ ମହଙ୍ଗା ଭତ୍ତା (ଡିଏ)ରେ ପରିବର୍ତ୍ତନ କରିଥାନ୍ତି । ଗତ ମାର୍ଚ୍ଚ ମାସରେ ସରକାର କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି କରିଥିଲେ । ତା’ ପରଠାରୁ କର୍ମଚାରୀଙ୍କୁ ୩୪ ପ୍ରତିଶତ ଡିଏ ମିଳିଆସୁଛି । ତେବେ କେନ୍ଦ୍ର ସରକାର ଆସନ୍ତା ଦଶହରା ପୂର୍ବରୁ କର୍ମଚାରୀଙ୍କୁ ଡିଏ ଉପହାର ଦେଇ ପାରନ୍ତି । ମାତ୍ର ଏନେଇ ସରକାରଙ୍କ ତରଫରୁ କୌରସି ଅଫିସିଆଲ ଘୋଷଣା ହୋଇନାହିଁ ।

ତେବେ ମିଡ଼ିଆ ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ଏଥର ଡିଏ ୪ ପ୍ରତିଶତ ବୃଦ୍ଧି କରିବାର ସମ୍ଭାବନା ରହିଛି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷାରେ କ୍ୟାବିନେଟ ବୈଠକ ବସିବାର ଅଛି । ଉକ୍ତ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି ନେଇ କିଛି ନିଷ୍ପତ୍ତି ନିଆଯାଇପାରେ । ଡିଏ ବୃଦ୍ଧି ନେଇ ଦେଶର ଲକ୍ଷ ଲକ୍ଷ କର୍ମଚାରୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

ବର୍ତ୍ତମାନ ଅଷ୍ଟମ ବେତନ ଆୟୋଗ ଆସିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି । ସାଧାରଣ ଭାବେ ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ (ଏଆଇସିପିଆଇ)ର ତଥ୍ୟ ଆଧାରରେ ଡିଏ ସ୍ଥିରୀକୃତ ହୋଇଥାଏ । ଗତ ଜୁଲାଇରେ ଏଆଇସିପିଆଇ ୧୨୯.୨ ଅଙ୍କ ରହିଥିଲା । ତେଣୁ ସରକାର ଖୁବଶୀଘ୍ର ୪ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.