fbpx

ଅବପାତ ରୂପ ନେବ ଲଘୁଚାପ;୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେଇଛି ଯାହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ରାଜ୍ୟରେ ବର୍ତ୍ତମାନ ଲଘୁଚାପ ପ୍ରଭାବରେ ଶନିବାର ଦିନ ଠାରୁ ବର୍ଷା ଲାଗିରହିଛି। ଏହା ସହ ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗୀର, କୋରାପୁଟ, ବୌଦ୍ଧ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ତେବେ ଆଜି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ଢେଙ୍କାନାଳ, ସୋନପୁର, ବରଗଡ଼ ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ୯ ଜିଲ୍ଲାରେ ଆଜି ପ୍ରବଳରୁ ଅତିପ୍ରବଳ ଅର୍ଥାତ ୭୦ରୁ ୨୦୦ ମିମି ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପା‌ଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଥି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ପ୍ରବଳ ବର୍ଷା ହେଇଛି । ଏହାସହ ଆଜି ସକାଳୁ ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଛି ।

ଆସନ୍ତା ୨୪ ଘଣ୍ଟାରେ ସକ୍ରିୟ ରହିଥିବା ଲଘୁଚାପ ଘନୀଭୂତ ହେବ ଓ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଏକ ଅବପାତ ରୂପରେ ରହିବ ବୋଲି ଆଶଙ୍କା କରାଯାଉଛି । ଅବପାତଟି ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ରହିବ। ଫଳରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ।
ପାଣିପା‌ଗ କେନ୍ଦ୍ର କହିଛି, ଉପରୋକ୍ତ ୯ ଜିଲ୍ଲା ବ୍ୟତୀତ ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼ଳ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ଗଜପତି, ଦେବଗଡ଼, ପୁରୀ, ଖୋର୍ଧା ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିମି ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ୧୨ତାରିଖରୁ ବର୍ଷାର ପ୍ରଭାବ କମିବ। ୧୨ ଓ ୧୩ ତାରିଖ ରାଜ୍ୟର କିଛି କିଛି ଅଞ୍ଚଳରେ ଭାରି ବର୍ଷା ହୋଇପାରେ। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ।

Get real time updates directly on you device, subscribe now.