fbpx

କେନ୍ଦ୍ର ସରକାର ଜାରି କଲେ ଅଷ୍ଟମ ଅନୁଦାନ କିସ୍ତି, ୧୪ଟି ରାଜ୍ୟକୁ ମିଳିଲା ୭୧୮୩କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜସ୍ୱ କ୍ଷତି ଭରଣ ଲାଗି ୧୪ଟି ରାଜ୍ୟକୁ ମାସିକ କିସ୍ତି ଜାରି କରିଛନ୍ତି । ସୋମବାର ଦିନ ଅର୍ଥ ମନ୍ତ୍ରାଳୟ ୧୪ଟି ରାଜ୍ୟକୁ କ୍ଷତି ଅନୁଦାନ ପାଇଁ ୭ହଜାର ୧୮୩ କୋଟି ଟଙ୍କା ଦେବା ପାଇଁ ଜାରି କରିଛନ୍ତି । ତେବେ ପନ୍ଦରତମ ଅର୍ଥ ଅୟୋଗ, ୨୦୨୨-୨୩ ଅର୍ଥିକ ବର୍ଷ ପାଇଁ ୧୪ଟି ରାଜ୍ୟକୁ ୮୬,୨୦୧ କୋଟି ଦେବା ପାଇଁ ସୁପାରିଶ କରିଥିଲେ । ତେବେ ପରାମର୍ଶ ହୋଇଥିବା ୧୪ଟି ରାଜ୍ୟକୁ ୧୨ ମାସର କିସ୍ତି ପାଇଁ ବ୍ୟୟ ବିଭାଗ ଦ୍ୱାରା ଜାରି କରାଯାଇଥାଏ । କିନ୍ତୁ ଅର୍ଥ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତିରେ କହିଥିଲେ ଯେ, ବ୍ୟୟ ବିଭାଗ ୧୪ଟି ରାଜ୍ୟକୁ ପୋଷ୍ଟ ଡିବୋଲୁସନ ରେଭେନ୍ୟୁ ଡେଫିସିଟ ଅନୁଦାନର ଆଠମାସ କିସ୍ତି ପାଇଁ ୭,୧୮୩.୪୨ କୋଟି ଜାରି କରିଛନ୍ତି ।

୨୦୨୨ ନଭେମ୍ବର ମାସ ଅନୁଯାୟୀ ଜାରି ହୋଇଛି ଅଷ୍ଟମ ଅନୁଦାନ କିସ୍ତି । ଏହାସହ ୨୦୨୨-୨୩ ରାଜ୍ୟରେ ଜାରି ହୋଇଥିବା କ୍ଷତିକୁ ମିଶାଇଲେ ତାହା ବଢି ୫୭,୪୬୭.୩୩ କୋଟି ହୋଇସାରିଛି । ସମ୍ବିଧାନର ୨୭୫ ଧାରା ଅନୁସାରେ ରାଜ୍ୟ ହସ୍ତାନ୍ତର ହେଲା ପରେ ରାଜସ୍ୱ କ୍ଷତିର ଅନୁଦାନ ପ୍ରଦାନ କରାଯାଇଥାଏ । ରାଜ୍ୟମାନଙ୍କ ରାଜସ୍ୱ ଖାତାରେ ଅନ୍ତରକୁ ପୁରା କରିବା ପାଇଁ କ୍ରମିକ ଅର୍ଥ ଅୟୋଗର ପରାମର୍ଶ ଆବଶ୍ୟକ ହୋଇଥାଏ ।

ଏହାପରେ ରାଜ୍ୟମାନଙ୍କୁ ଅନୁଦାନ କରାଯାଇଥାଏ । ଏହି ଅନୁଦାନକୁ ପାଇବା ପାଇଁ ରାଜ୍ୟମାନେ ନିଜର ଯୋଗ୍ୟତା ଓ ୨୦୨୦-୨୧ ରୁ ୨୦୨୫-୨୬ ର ଅବଧି ପାଇଁ ଅନୁଦାନର ମାତ୍ରା ନିର୍ଦ୍ଧାରଣ, ଏହାସହ ରାଜସ୍ୱ ଏବଂ ବ୍ୟୟ ଆକଳନ ମଝିରେ ଥିବା ଅନ୍ତରାଳ ପାଇଁ କରାଯାଇଥାଏ ।

ତେବେ ସେହି ରାଜ୍ୟ ଗୁଡ଼ିକ ହେଲେ ଆନ୍ଦ୍ରପ୍ରଦେଶ, ଆସାମ, ହିମାଚଲ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମ ବଙ୍ଗ ।

Get real time updates directly on you device, subscribe now.