fbpx
BJD
BJD SKY
BJD SKY

ମାସ୍କର ବର୍ତ୍ତମାନ ଆବଶ୍ୟକତା ନାହିଁ… କରୋନା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂଆ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଚିନ୍ତା ବଢାଇଛି ବୃଦ୍ଧି ପାଉଥିବା କରୋନା ସଂକ୍ରମଣ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟା ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ରାଜ୍ୟଗୁଡିକର କୋଭିଡ ପରିଚାଳନା ପାଇଁ ସାର୍ବଜନିକ ସ୍ୱାସ୍ଥ୍ୟ ପ୍ରସ୍ତୁତି ଏବଂ କରୋନା ଟୀକାକରଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇନାହିଁ । ତେଣୁ ମହାମାରୀ ଏବେ ନିୟନ୍ତ୍ରଣରେ ରହିଥିବା ସେ ପରୋକ୍ଷରେ ପ୍ରକାଶ କରିଛନ୍ତି ।

ବୈଠକରେ ଡା. ମନସୁଖ ମାଣ୍ଡଭିୟା କେନ୍ଦ୍ର ସହ ରାଜ୍ୟଗୁଡିକର ସହଯୋଗ କାମନା କରିଛନ୍ତି । ସେ କହିଛନ୍ତି ଯେ, କରୋନାର ପୂର୍ବ ଲହର ସମୟରେ ମଧ୍ୟ ଏହିପରି ଭାବରେ ମହାମାରୀକୁ ହରାଇବାରେ ସଫଳ ପାଇଥିଲା ଭାରତ । ତେବେ ସବୁଠୁ ବଡ କଥା ହେଉଛି ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଯୋଗୁଁ ମାସ୍କକୁ ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇନାହିଁ । କିନ୍ତୁ ରାଜ୍ୟଗୁଡିକୁ କୋଭିଡ ଟେଷ୍ଟିଂ ଏବଂ ଜିନମ୍ ସିକ୍ୟୁଏନ୍ସିଂ ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, କୋଭିଡର ଉପଯୁକ୍ତ ବ୍ୟବହାର ପାଇଁ ଟେଷ୍ଟ-ଟ୍ରାକ-ଟ୍ରିଟ-ଟୀକାକରଣ ଏବଂ ପାଳନର ୫ ଗୁଣ ରଣନୀତି କୋଭିଡ ପରିଚାଳନା ପାଇଁ ନିୟମ କରାଯାଇଛି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ୮ ଏବଂ ୯ ତାରିଖରେ ଜିଲ୍ଲା ପ୍ରଶାସନ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ପ୍ରସ୍ତୁତି ଏବଂ ସମୀକ୍ଷା କରିବା ପାଇଁ ଅପିଲ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏହି ବୈଠକରେ ଆସନ୍ତା ୧୦ ଏବଂ ୧୧ ତାରିଖରେ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମକଡ୍ରିଲ କରାଇବା ପାଇଁ କୁହାଯାଇଛି । ଏହାସହିତ କେନ୍ଦ୍ର ଏବଂ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ମକଡ୍ରିଲ ତଦାରଖ କରିବା ପାଇଁ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରାଜ୍ୟଗୁଡିକୁ ସତର୍କ ରହିବା ସହ ସମସ୍ତ ପ୍ରକାର କୋଭିଡ ପରିଚାଳନା ନେଇ ପ୍ରସ୍ତୁତି କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛନ୍ତି । କରୋନା ଟୀକାକରଣ ଏବଂ ଟେଷ୍ଟିଂ ବଢାଇବା ସହ ହଟସ୍ପଟ ଅଞ୍ଚଳଗୁଡିକୁ ଚିହ୍ନଟ କରିବା ଉଚିତ୍ ।

Get real time updates directly on you device, subscribe now.