fbpx
BJD SKY
BJD SKY

Video: ୨୭ ରାଜ୍ୟ ଏବଂ ୧୪ ଦେଶର ଜ୍ୱାଇଁ! ୩୨ ବର୍ଷରେ ଏହି ବ୍ୟକ୍ତି ବାହାହେଲେ ୧୦୦ ଥର, କାହା ସହ ମଧ୍ୟ ହୋଇନି ଛାଡପତ୍ର

BJD

ନୂଆଦିଲ୍ଲୀ: ଦୁନିଆରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ସବୁଠାରୁ ଅଧିକ ବିବାହ କରି ରେକର୍ଡ ସୃଷ୍ଟି କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଜନିତ କଥା ହେଉଛି, ସେ ୧୦୦ ରୁ ଅଧିକ ମହିଳାଙ୍କ ସହ ବିବାହ କରିଛନ୍ତି ଏବଂ କାହାରି ସହ ମଧ୍ୟ ଛାଡପତ୍ର କରି ନାହାନ୍ତି । ଏହି ସବୁ ବିବାହ ସେ ୧୯୪୯ ରୁ ୧୯୮୧ ପର୍ଯ୍ୟନ୍ତ କରିଛନ୍ତି । ଏଥିପାଇଁ ସେ ସବୁଠାରୁ ଅଧିକ ବିବାହ କରିଥିବା ବ୍ୟକ୍ତିର ଟାଇଟେଲ ନିଜ ନାମରେ କରିଦେଇଛନ୍ତି । Guinness World Records ଏହାର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛି । ଏଥିରେ ଗିଓଭାନୀ ଭିଗଲିଓଟୋଙ୍କ କାହାଣୀ କୁହାଯାଇଛି । କୁହାଯାଉଛି ଯେ, ଏହି ନାମ ତାଙ୍କର ପ୍ରକୃତ ନାମ ନୁହେଁ । ସେ ଯେତେବେଳେ ତାଙ୍କ ପ୍ରଥମ ସ୍ତ୍ରୀ ସହ ବିବାହ କରିଥିଲେ ସେତେବେଳେ ସେ ଏହି ନାମ ବ୍ୟବହାର କରିଥିଲେ ।

ସୂଚନା ଅନୁସାରେ, ତାଙ୍କୁ ଯେତେବେଳେ ୫୩ ବର୍ଷ ହୋଇଥିଲା ସେତେବେଳେ ସେ ୧୦୦ ଜଣଙ୍କୁ ବିବାହ କରିଥିବାର କଥା ସାମ୍ନାକୁ ଆସିଥିଲା । ତାଙ୍କର ଅସଲି ନାମ ଫ୍ରେଡ ଲିପ ଏବଂ ଜନ୍ମ ୩ ଏପ୍ରିଲ ୧୯୩୬ରେ ନ୍ୟୁୟର୍କରେ ହୋଇଥିଲା । ସେ ୧୯୪୯ ରୁ ୧୯୮୧ ମଧ୍ୟରେ ପ୍ରାୟତଃ ୧୦୪-୧୦୫ ମହିଳାଙ୍କ ସହ ବିବାହ କରିଥିଲେ । ତାଙ୍କ କେଉଁ ପତ୍ନୀ ମଧ୍ୟ ଅନ୍ୟ ପତ୍ନୀଙ୍କ ସହ ପରିଚିତ ନୁହଁନ୍ତି । ସେ ଆମେରିକାର ୨୭ଟି ଭିନ୍ନ ଭିନ୍ନ ରାଜ୍ୟରେ ଏବଂ ୧୪ଟି ଅନ୍ୟ ଦେଶରେ ବିବାହ କରିଥିଲେ ।

ସେ ମହିଳା ମାନଙ୍କୁ ଚୋର ବଜାରରେ ଭେଟନ୍ତି । ପ୍ରଥମ ଦିନରୁ ସେ ପ୍ରପୋଜ କରି ଝିଅ ମାନଙ୍କୁ କୁହନ୍ତି ଯେ, ମୁଁ ବହୁତ ଦୂରରେ ରହୁଛି ତୁମ ଜିନିଷ ଧରି ଅସ ଭାରି ମୋ ସହ । ଝିଅ ନିଜର ଜିନିଷ ପତ୍ର ପ୍ୟାକିଂ କରିସାରିବା ପରେ ଏକ ଟ୍ରକରେ ସେହି ଜିନିଷକୁ ନେଇ ଝିଅକୁ ଛାଡି ପଳାଉଥିଲେ । ସେହି ଜିନିଷକୁ ସେ ଚୋର ବଜାରରେ ବିକ୍ରୀ କରି ଅନ୍ୟ ଝିଅକୁ ବିବାହ କରିବାର ଯୋଜନା କରୁଥିଲେ ।

ତାଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ସେ ପଳାୟନ କରିବାରେ ସଫଳ ହୋଇଥିଲେ । ହେଲେ ଯାହାକୁ ସେ ଶେଷ ଥର ବିବାହ କରିଥିଲେ ତାଙ୍କ ଦ୍ୱାରା ସେ ଶିକାର ହୋଇଥିଲେ । ଏହି ମହିଳାଙ୍କ ନାମ ଶାରୋନ କ୍ଲାର୍କ ଏବଂ ସେ ଇଣ୍ଡିଆନାର ଚୋର ବଜାରରେ ମ୍ୟାନେଜରର କାମ କରୁଥିଲେ । ସେ ତାଙ୍କ ନାମରେ ଅଭିଯୋଗ ଆଣିବା ପରେ । ସେହି ବ୍ୟକ୍ତିଙ୍କ ନାମରେ ୧୯୮୧ ମସିହା ଡିସେମ୍ବର ୨୮ ତାରିଖରେ ମାମଲା ରୁଜୁ ହୋଇଥିଲା ।

୧୯୮୩ ମସିହାରେ ତାଙ୍କୁ ଗିରଫ କରାଯାଇ ୩୪ ବର୍ଷର ଦଣ୍ଡାଦେଶ ଜାରି ହୋଇଥିଲା । ଏହାସହ ୩୩୬,୦୦୦ ଡଲାରର ଜରିମାନା ଲଗାଯାଇଥିଲା । ସେ ନିଜ ଜୀବନର ଶେଷ ଆଠ ବର୍ଷ ଏରିଜୋନ ଷ୍ଟେଟ ଜେଲରେ ବିତାଇଥିଲେ । ଏହାପରେ ୬୧ ବର୍ଷ ବୟସରେ ତାଙ୍କୁ ବ୍ରେନ ହାମରେଜ ହୋଇ ୧୯୯୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.