fbpx

ଭାରତ ପାଇଁ ସାରା ବିଶ୍ୱରେ ବଢୁଛି ଚିନିର ମୂଲ୍ୟ: ସୁଧାର ଆଣିବାକୁ ପ୍ରୟାସ ଜାରି

ନୂଆଦିଲ୍ଲୀ: ଚିନି ଉତ୍ପାଦନ କ୍ଷେତ୍ରରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । କିନ୍ତୁ ବର୍ତ୍ତମାନ ଭାରତରେ ଚିନି ଉତ୍ପାଦନର ପରିମାଣ ଧିରେ ଧିରେ ହ୍ରାସ ପାଉଛି । ତେଣୁ ସମଗ୍ର ବିଶ୍ୱରେ ବୃଦ୍ଧି ପାଉଛି ଚିନିର ମୂଲ୍ୟ । ଦେଶରେ ଚିନି ଉତ୍ପାଦନରେ ହ୍ରାସ ଯୋଗୁଁ ଚଳିତ ସପ୍ତାହରେ ଅଶୋଧିତ ଚିନିର ମୂଲ୍ୟ ପ୍ରାୟ ୫% ପ୍ରତିଶତ ବୃଦ୍ଧି ପାଇଥିବା ଦେଖିିବାକୁ ମିଳିଛି । ତେଣୁ ଖୁବଶୀଘ୍ର ଚିନିର ଅଭାବ ଦେଖାଦେବା ସହ ବିଶ୍ୱରେ ଚିନି ଯୋଗାଣ ବର୍ତ୍ତମାନ ଏକ ଚିନ୍ତାର ବିଷୟ ପାଲଟି ଯାଇଛି ।

ରିପୋର୍ଟ ଅନୁଯାୟୀ, ଭାରତରେ ଚିନିର ଉତ୍ପାଦନ କମ୍ ହେବାରୁ ରପ୍ତାନୀ ମଧ୍ୟ କମ୍ ହୋଇଛି । ଫରେ ବିଶ୍ୱବ୍ୟାପୀ ଏହାର ଯୋଗାଣକୁ ନେଇ ଚିନ୍ତା ପ୍ରକଟ ହୋଇଛି । ପାକିସ୍ତାନ ଏବଂ ଥାଇଲାଣ୍ଡ ସମେତ ଅନ୍ୟାନ୍ୟ ଦେଶରୁ କମ୍ ଯୋଗାଣ ଯୋଗୁଁ ଚଳିତ ସପ୍ତାହରେ ଅଶୋଧିତ ଚିନିର ମୂଲ୍ୟ ପ୍ରାୟ ୫% ତଳକୁ ଖସିଛି । ସେହିପରି ନ୍ୟୁୟର୍କରେ ଗତ ୬ ବର୍ଷରେ ଚିନିର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଏଠାରେ ଅଶୋଧିତ ଚିନି ଦର ୨.୨% ବୃଦ୍ଧି ପାଇ ୨୩.୪୬ସେଣ୍ଟ/ପାଉଣ୍ଡରେ ପହଞ୍ଚିଥିବା ବେଳେ ଏହା ଗତ ୨୦୧୬ ଅକ୍ଟୋବର ପରଠୁ ସର୍ବାଧିକ ବୋଲି ରେକର୍ଡ କରାଯାଇଛି । ଏହାବ୍ୟତୀତ ବ୍ରାଜିଲ ଏବଂ ଭାରତର ଅଧିକାଂଶ ଚିନି କଳ ପେଟ୍ରୋଲ ପାଇଁ ଇଥାନଲ ପ୍ରସ୍ତୁତିରେ ଅଦିକ ଆଖୁ ବ୍ୟବହାର କରୁଥିବାରୁ ମଧ୍ୟ ଚିନିର ମୂଲ୍ୟ ଉପରମୁହାଁ ହେଉଛି ।

ତେବେ ଭାରତରେ ଚିନିର ଉତ୍ପାଦନ ହ୍ରାସ ପାଇବାର ମୁଖ୍ୟ କାରଣ ପାଲଟିଛି ଅଦିନିଆ ବର୍ଷା । ଯାହା ଫଳରେ ମହାରାଷ୍ଟ୍ରର ଆଖୁ ଚାଷ ବହୁଳ ଭାବରେ ପ୍ରଭାବିତ ହୋଇଛି । ଏହାଯୋଗୁଁ ଚିନି ମିଲକୁ ଯଥେଷ୍ଟ ଆଖୁ ପହଞ୍ଚି ପାରୁନାହିଁ ଏବଂ ଏହା ସିଧାସଳଖ ଉତ୍ପାଦନ ଉପରେ ପ୍ରଭାବ ପକାଉଛି । ତେବେ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ବ୍ୟବସାୟୀ ଏବେ ଆଖୁ ଫସଲ ଏବଂ ଉତ୍ପାଦନ ଉପରେ କଡା ନଜର ରଖିଛନ୍ତି ।

Get real time updates directly on you device, subscribe now.