fbpx

ରାଜ୍ୟରେ ବାର୍ଡ଼ ଫ୍ଲୁ ସ୍ଥିତି ଚିନ୍ତାଜନକ, ଆସନ୍ତାକାଲି ଓଡ଼ିଶା ଆସି ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ପିପିଲିରେ ବ୍ୟାପିଥିବା ବାର୍ଡ଼ ଫ୍ଲୁ ବର୍ତ୍ତମାନ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଥିପାଇଁ କୁକୁଡ଼ା ଫାର୍ମରେ ବଳି ପଡ଼ିଛନ୍ତି ହଜାର ହଜାର କୁକୁଡ଼ା । ଏଥିମଧ୍ୟରେ ବୁଧବାର କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସୁଛନ୍ତି । ବାର୍ଡ଼ ଫ୍ଲୁ ବ୍ୟାପିଥିବା ପିପିଲି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ଏହା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

‘ବାର୍ଡ଼ ଫ୍ଲୁ’କୁ ନେଇ ରାଜ୍ୟରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ କୁକୁଡ଼ା ମଡ଼କ ପରେ ସାମ୍ପୁଲ ଟେଷ୍ଟିଂ ପାଇଁ ପଠାଯାଇଛି । ଏହା ସହ ସବୁ ଜିଲ୍ଲାକୁ ଆଲର୍ଟ ମଧ୍ୟ କରାଯାଇଛି । କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଅଧିକ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.