fbpx

ଓଡିଶା ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର,୧୦ ।୩(ଓଡିଶା ଭାସ୍କର): ଅନେକ ଦିନ ହେଲା ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ରାଜ୍ୟର ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଓଡିଶାକୁ ଆସିବ କେନ୍ଦ୍ରୀୟ ଟିମ୍ । ଏନେଇ ଆଜି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ସେ କହିଛନ୍ତି ଯେ, ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଓଡିଶାକୁ ଆସିବ ଓ ବୈଷୟିମ ପରାମର୍ଶ ଦେବ । ଜଙ୍ଗଲ ନିଆଁ ପରିଚାଳନା ପାଇଁ ରାଜ୍ୟ ବନ ବିଭାଗକୁ ସାହାର୍ଯ୍ୟ କରିବ ଟିମ୍ । ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାର୍ଯ୍ୟ କରିବ ଟିମ୍ । ସେଠାରେ ପୂର୍ବରୁ ମୁତୟନ ଥିବା କର୍ମଚାରୀଙ୍କ ସହ କାର୍ଯ୍ୟ କରିବ ।’

 

Get real time updates directly on you device, subscribe now.