fbpx
BSKY SKY
BSKY SKY

ରାଜଧାନୀରେ ଏହିସବୁ ଯାନର ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧ, କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି

BSKY

ନୂଆଦିଲ୍ଲୀ:ଦିଲ୍ଲୀ-ଏନସିଆର୍‌ରେ ଏୟାର କ୍ୱାଲିଟି ଅଧିକ ଖରାପ ହୋଇଯାଇଥିବା କାରଣରୁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଅତ୍ୟାବଶ୍ୟକ ନ ଥିବା ବହୁ ନିର୍ମାଣ କାର୍ଯ୍ୟ, ବିଏସ୍ ୩ ପେଟ୍ରୋଲ ଓ ବିଏସ୍ ୪ ଡିଜେଲ ଚାଳିତ ୪ ଚକିଆ ଗାଡି ଯାତାୟତ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ପିଟିଆଇ ପକ୍ଷରୁ ଏହି ସୂଚନା ମିଳିଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଆଜି ସକାଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିଭିନ୍ନ ଅଞ୍ଚଳରେ ଗମ୍ଭୀର ଶ୍ରେଣୀରେ ପହଞ୍ଚିଯାଇଛି । ଆଜି ଦିଲ୍ଲୀରେ ଏତେମାତ୍ରାରେ କୁହୁଡି ଥିଲା ଯେ, ସଡକରେ ବହୁ ଦୂର ପର୍ଯ୍ୟନ୍ତ କିଛି ବି ଦେଖା ଯାଉ ନ ଥିଲା । ଏହାର ବେଶ୍ ପ୍ରଭାବ ଯାତାୟତ ଉପରେ ପଡିଥିଲା । ୧୪ ଜାନୁୟାରୀରେ ଘନ କୁହୁଡି କାରଣରୁ ଦେଶର ବିଭିନ୍ନ ଭାଗରୁ ଦିଲ୍ଲୀକୁ ଆସୁଥିବା ୨୨ ଟ୍ରେନ ଟାଇମ୍ ବିଳମ୍ବ ଥିଲା । ଏଠାରେ ସକାଳେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଥିଲା ଓ ଥଣ୍ଡା ପବନ ସହିତ ଘନ କୁହୁଡି ସମସ୍ୟାକୁ ଅଧିକ ବଢାଇ ଦେଇଥିଲା ।

Get real time updates directly on you device, subscribe now.