fbpx

ରେଳ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ବଡ ଗିଫ୍ଟ ! ୨ ହଜାର ୨୯ କୋଟି ଟଙ୍କା ମିଳିବ ବୋନସ୍

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କୁ ଦଶହରା ଭେଟି । ରେଳ କର୍ମଚାରୀଙ୍କୁ ମିଳିବ ବୋନସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ସମୟରେ ଭାରତୀୟ ରେଳ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଆଜି କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ ବସିଥିବା ବେଳେ ରେଳ କର୍ମଚାରୀଙ୍କୁ ବୋନସ୍ ପାଇଁ ଅନୁମୋଦନ ମିଳିଛି । ରେଳ କର୍ମଚାରୀଙ୍କୁ 78 ଦିନର ବୋନସ ପାଇଁ ମଞ୍ଜୁରି ମିଳିଥିବା ବେଳେ ଏଥିରେ 11 ଲକ୍ଷ 72 ହଜାର 240 ଜଣ ରେଳ କର୍ମଚାରୀ ଉପକୃତ ହେବେ । 2ହଜାର 29 କୋଟି ଟଙ୍କା ବୋନସ ପ୍ରଦାନ ପାଇଁ କେନ୍ଦ୍ରିୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।

ଏହି ବୋନସ୍ ବିଭିନ୍ନ ବର୍ଗର ରେଳ କର୍ମଚାରୀ ଯେପରିକି ଟ୍ରାକ୍ ମେଣ୍ଚେନର, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ହେଲପର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଦିଆଯିବ । ରେଳବାଇର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିବାକୁ ରେଳ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଏହି ବୋନସ୍ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.