ଦୁଷ୍ଟ ହେଲେ କର୍ମଚାରୀ, ସାବାଡ୍ କରିବାକୁ ବଡ଼ ବାବୁ ଦେଲେ Punishment , ଚାକିରି ଥିବା ପର୍ଯ୍ୟନ୍ତ ଏ ଭୁଲ୍ କେବେ କରିବେନି…

ନୋଏଡା: ସ୍କୁଲ ପିଲା ଦୁଷ୍ଟ ହେଲେ କିମ୍ବା ହୋମ୍ ୱାର୍କ ନ କଲେ  ସେମାନଙ୍କୁ ସାବଡ କରିବା ପାଇଁ  ଶିକ୍ଷକ ପନିଶମେଣ୍ଟ ଦିଅନ୍ତି ।  ଠିକ୍ ସେମିତି ପରିସ୍ଥିତି ନୋଏଡାର ଏକ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ।  କାର୍ଯ୍ୟାଳୟକୁ ପ୍ରତିଦିନ ଶତାଧିକ ଲୋକ ଆସନ୍ତି ।  ଯେଉଁମାନେ ବିଭନ୍ନ ବୟସ ବର୍ଗର ହୋଇଥାନ୍ତି ।  ଅଫିସକୁ ଆସୁଥିବା ବୃଦ୍ଧମାନଙ୍କୁ ବେଶୀ ସମୟ କାଉଣ୍ଟରରେ ଛିଡ଼ା ନ କରି ସେମାନଙ୍କ କାମ ଜଲଦି ସାରିଦେବାକୁ  ବଡ଼ବାବୁ ନିଦେ୍ର୍ଦଶ ଦେଇଛନ୍ତି । ହେଲେ ଗତ ସୋମବାର ଜଣେ ମହିଳା କର୍ମଚାରୀଙ୍କ କାଉଣ୍ଟରରେ ଜଣେ ବୃଦ୍ଧ ପାଖାପାଖି  ୨୦ ମିନିଟ କାଳ ଛିଡ଼ା ରହିଥିବାର  ସିଇଓ କ୍ୟାବିନରେ ବସି ଅଫିସ ସିସିଟିଭି ଫୁଟେଜରେ ଦେଖିଲେ । ଆଉ ଯାହାପରେ   ଅଫିସରରେ ଥିବା  ପାଖାପାଖି ୧୬ କର୍ମଚାରୀଙ୍କୁ  ଦଣ୍ଡ ଦେଲେ  ୨୦୦୫ ବ୍ୟାଚ୍ ଆଇଏଏସ୍ ଅଫିସର  ଲୋକେଶ ଏମ୍।

କାର୍ଯ୍ୟାଳୟ ସିଇଓଙ୍କ ନିଦେ୍ର୍ଦଶକ୍ରମେ ଅଫିସର କର୍ମଚାରୀ ପାଖାପାଖି ୨୦ ମିନିଟ୍ କାଳ ଛିଡ଼ା ରହିଲେ । ତେବେ କାର୍ଯ୍ୟାଳୟ ସିସିଟିଭିରେ କଏଦ  ସମ୍ପୂର୍ଣ୍ଣ ଘଟଣାକ୍ରମ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବହୁ ସୋସିଆଲ ମିଡିଆ ୟୁଜର ସିଇଓଙ୍କ ଏ ପ୍ରକାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ପ୍ରତ୍ୟେକ କାର୍ଯ୍ୟାଳୟର ଅଫିସର ମାନେ ଲୋକେଶଙ୍କ ଭଳି  ହେବା ଦରକାର ବୋଲି ଅନେକ  ୟୁଜର କମେଣ୍ଟ କରି କହିଛନ୍ତି ।