fbpx

କେନ୍ଦ୍ରୀୟ ସଂସ୍ଥା CERT-In ପକ୍ଷରୁ ଚେତାବନୀ: ଆପଲର ବିଭିନ୍ନ ସଫ୍ଟୱେରରେ ରହିଛି ଅନେକ ତ୍ରୁଟି, ସମାଧାନ ବିଷୟରେ ଜାଣନ୍ତୁ ଗ୍ରାହକ

ନୂଆଦିଲ୍ଲୀ: ଆପଣମାନେ ଯଦି ଆପଣର ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଭାରତ ସରକାରଙ୍କ କମ୍ପ୍ୟୁଯର ଏମର୍ଜେନ୍ସି ରେସପନ୍ସ ଟିମ୍ (ସର୍ଟ-ଇନ) ତରଫରୁ ଆପଲ ଉତ୍ପାଦକୁ ନେଇ ଗମ୍ଭୀର ଚେତାବନୀ ଜାରି କରାଯାଇଛି । ଆଇଫୋନ, ଆଇପ୍ୟାଡ, ଭିଜନ ପ୍ରୋ, ମ୍ୟାକବୁକ, ଆପଲ ୱାଚ ଓ ଆପଲ ଟିଭିର ଉପଭୋକ୍ତାମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଆପଲର ବିଭିନ୍ନ ସଫ୍ଟୱେରରେ ଅନେକ ତ୍ରୁଟି ରହିଛି । ଆପଲ ପ୍ରଡକ୍ଟର ଏହି ତ୍ରୁଟି ଠକଙ୍କ ପାଖକୁ ଅନେକ ସମ୍ବେଦନଶୀଳ ତଥ୍ୟ ପହଞ୍ଚାଇପାରେ । ତେବେ ଏହି ସମସ୍ୟାର ସମ୍ଭାବିତ ସମାଧାନ ବିଷୟରେ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ତରଫରୁ କୁହାଯାଇଛି ।

ଆପଲ କମ୍ପାନୀ ନିଜର ସଦ୍ୟତମ ସୁରକ୍ଷା ଅପଡେଟରେ ଏହି ସବୁ ସମସ୍ୟାକୁ ଠିକ୍ କରିଦେଇଛି । ତେଣୁ ଗ୍ରାହକମାନେ ନିଜର ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ଉଚିତ ସୁରକ୍ଷା ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ଆପଲ ପ୍ରଡକ୍ଟରେ ରହିଥିବା ମଲ୍ଟିପଲ ଭଲନରବିଲିଟି ଗ୍ରାହକଙ୍କୁ ସ୍କାମର୍ସଙ୍କ ଶିକାର ବନାଇପାରେ । ଏହି ଭଲନରବିଲିଟି କାରଣରୁ ସାଇବର ଆଟାକର୍ସ ଆପଣଙ୍କ ଡିଭାଇସରେ ପ୍ରବେଶ କରିପାରିବେ । ଏଥିସହିତ ଡିଭାଇସ, ଆଇପ୍ୟାଡ ଆଦିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିପାରିବେ । ଏପରିକି ସେମାନେ ସିକ୍ୟୁରିଟି ରେଷ୍ଟ୍ରିକସନକୁ ମଧ୍ୟ ବାଇପାସ୍ କରିବାର ସମ୍ଭାବନା ରହିଛି ।

ଯେଉଁସବୁ ସଫ୍ଟୱେର ଭର୍ସନରେ ଏହି ଦୁର୍ବଳତା ଦେଖିବାକୁ ମିଳିଛି ସେଗୁଡ଼ିକ ମଧ୍ୟରେ ଆଇଓଏସ, ଆଇପ୍ୟାଡ ଓଏସର ୧୭.୬ ଓ ୧୬.୭.୯, ମ୍ୟାକଓଏସ ସୋନୋମା ଭର୍ସନ ୪.୬ରୁ ପୂର୍ବ ଭର୍ସନ, ମ୍ୟାକଓଏସ ଭେଞ୍ଚୁରାର ଭର୍ସନ ୧୩.୬.୮ ଓ ତା’ ପୂର୍ବ ଭର୍ସନ, ୱାଚଓଏସ ୧୦.୬ ଓ ତା’ ପୂର୍ବର ଭର୍ସନ ସାମିଲ ରହିଥିବା ମିଡ଼ିଆ ରିପୋର୍ଟରେ କୁହାଯାଇଛି । ତେଣୁ ନିଜର ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ପୁରୁଣା ଭର୍ସନକୁ ଲାଟେଷ୍ଟ ଭର୍ସନ ସହ ଅପଡେଟ୍ କରାଇବାକୁ ୟୁଜର୍ସକୁ କୁହାଯାଇଛି । ଅନେକ ୟୁଜର୍ସ ଡିଭାଇସକୁ ଅପଡେଟ୍ ନ କରିବା ସହିତ ସିକ୍ୟୁରିଟିକୁ ମଧ୍ୟ ଅପଡେଟ୍ କରନ୍ତି ନାହିଁ । ଏହାର ଫାଇଦା ହ୍ୟାସର୍କ ଉଠାଇ ପାରନ୍ତି । ତେଣୁ ଚେତାବନୀ ଜାରି କରାଯିବା ସହ ସମାଧାନର ଉପାୟ ବିଷୟରେ ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.