fbpx

CGL 2024 Tier-I ପରୀକ୍ଷା ତାରିଖ ଘୋଷଣା କଲା SSC

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ପରୀକ୍ଷା ୨୦୨୪ ଟାୟର-୧ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ଏହି ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ନିୟମିତ ଭାବେ ଏସଏସସିର ୱେବସାଇଟ ପରିଦର୍ଶନ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମୋଟ ୧୭,୭୨୭ଟି ପଦ ପୂରଣ ପାଇଁ ଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଜୁନ ୨୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୨୭ରେ ସମାପ୍ତ ହୋଇଥିଲା । ପ୍ରଥମେ ଆବେଦନର ଅନ୍ତିମ ତାରିଖ ଜୁଲାଇ ୨୪ ରହିଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ୨୭ ତାରିଖକୁ ବୃଦ୍ଧି କରାଯାଇଥିଲା । ଅଗଷ୍ଟ ୧୦ରୁ ୧୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଇନ୍ସପେକ୍ଟର ଅଫ୍ ଇନକମ୍ ଟ୍ୟାକ୍ସ, ଏଗଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ, ରିସର୍ଚ୍ଚ ଆସିଷ୍ଟାଣ୍ଟ, ଡିଭିଜନାଲ ଆକାଉଣ୍ଟାଣ୍ଟ, ସବ-ଇନ୍ସପେକ୍ଟର, ଇଣ୍ଟେଲିଜେନ୍ସ ଅଫିସର, ଜୁନିୟର ଆକାଉଣ୍ଟାଣ୍ଟ, ଟ୍ୟାକ୍ସ ଆସିଷ୍ଟାଣ୍ଟ ଆଦି ଗ୍ରୁପ-ବି ଓ ଗ୍ରୁପ-ସି ପଦ ପୂରଣ ହେବ ।

ଲିଙ୍କ: https://ssc.gov.in/api/attachment/uploads/masterData/NoticeBoards/Important%20Notice.pdf

Get real time updates directly on you device, subscribe now.