fbpx

CGLRE-୨୦୨୩: କମ୍ପ୍ୟୁଟର ଦକ୍ଷତା ଟେଷ୍ଟ, ଗଣିତ ଟେଷ୍ଟ ଓ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ୩ଟି ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ) -୨୦୨୩ର ମୁଖ୍ୟ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ମାସ ୨୩ ତାରିଖରେ ଏହାର ପ୍ରିମିଲିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ମାସରେ ତା’ର ରେଜଲ୍ଟ ଘୋଷିତ ହୋଇଥିଲା । ଏହା ମଧ୍ୟରେ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ, ଗଣିତ ଟେଷ୍ଟ ଓ ମୁଖ୍ୟ ଲିଖିତ ପରୀକ୍ଷାକୁ ନେଇ ୩ଟି ତାରିଖ ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ସବିଶେଷ ସୂଚନା ପାଇ ପାରିବେ ।

ଅଗଷ୍ଟ ୧୨ରେ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ, ଅଗଷ୍ଟ ୩୧ରେ ଗଣିତ ଟେଷ୍ଟ ଓ ସେପ୍ଟେମ୍ବର ପହିଲାରେ ମୁଖ୍ୟ ଲିଖିତ ପରୀକ୍ଷା (ପେପର-୧ ଓ ପେପର-୨) ପରୀକ୍ଷା ହେବ । ଖୁବଶୀଘ୍ର ଏହି ସବୁ ପରୀକ୍ଷା ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ୱେବସାଇଟରେ ଜାରି କରାଯିବ । ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ମାସରେ ଜାରି ହୋଇଥିବା ବିଜ୍ଞପ୍ତିରେ ୪୯୫ଟି ପଦ ଖାଲି ରହିଥିଲା । ପରବର୍ତ୍ତୀ ସମୟରେ ଦୁଇଟି ପର୍ଯ୍ୟାୟରେ ଉକ୍ତ ପଦ ସଂଖ୍ୟା ଯଥାକ୍ରମେ ୫୦୪କୁ ଓ ୫୭୭କୁ ବୃଦ୍ଧି କରାଯାଇଥିଲା । ପ୍ରାର୍ଥୀଙ୍କୁ ଅଡିଟର, ଅଡିଟର (ସିଏଏ), ଟେକ୍ସଟାଇଲ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ସଟେନସନ ଅଫିସର (ଡବ୍ଲ୍ୟଇଓ), ହାଣ୍ଡିକ୍ରାଫ୍ଟସ ପ୍ରମୋସନ ଅଫିସର, ଜୁନିୟର ଆକାଉଣ୍ଟାଣ୍ଟ ଏପରି ଭାବେ ୩୧ ପ୍ରକାର ପଦରେ ନିଯୁକ୍ତି ଦିଆଯିବ ।

CGLRE-2023

Get real time updates directly on you device, subscribe now.