fbpx

SBIର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ଚଲ୍ଲା ଶ୍ରୀନିଭାସୁଲୁ ଶେଟ୍ଟୀଙ୍କ ନାମ ସୁପାରିଶ

Advertisement

ନୂଆଦିଲ୍ଳୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ବର୍ତ୍ତମାନ ଏସବିଆଇର ଅଧ୍ୟକ୍ଷ ପଦରେ ରହିଥିବା ଦୀନେଶ ଖାରା ଅଗଷ୍ଟ ମାସ ୨୮ ତାରିଖରେ ଅବସର ଗ୍ରହଣ କରିବେ । ତେଣୁ ଏସବିଆଇର ନୂଆ ଚେୟାରମ୍ୟାନ ପଦ ପାଇଁ ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀଙ୍କ ନାମକୁ ସୁପାରିଶ କରିଛି କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ସଂସ୍ଥା ବ୍ୟୁରୋ (ଏଫଏସଆଇବି) ।

ଏସବିଆଇର ମ୍ୟାନେଜିଂ ଡାଇରେକ୍ଟର ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀଙ୍କ ନାମ ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ଏଫଏସଆଇବି ପକ୍ଷରୁ ସୁପାରିଶ କରାଯାଇଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି । ଅଗଷ୍ଟ ୨୮ରେ ବର୍ତ୍ତମାନ ଅଧ୍ୟକ୍ଷ ଦୀନେଶ ଖାରା ଅବସର ଗ୍ରହର କରିବେ । ତେଣୁ ବ୍ୟାଙ୍କର ନୂଆ ଅଧ୍ୟକ୍ଷଙ୍କ ନିଯୁକ୍ତି ନେଇ ବର୍ତ୍ତମାନ ଠାରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଦେଶର ସମସ୍ତ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକର ସିନିୟର ଅଧିକାରୀଙ୍କ ନିଯୁକ୍ତି ଦାୟିତ୍ୱ ଏଫଏସଆଇବି ତୁଲାଇଥାଏ । ତେଣୁ ଶ୍ରୀ ଖାରାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ନୂଆ ଅଧ୍ୟକ୍ଷ ପଦ ପାଇଁ ଶ୍ରୀ ଶେଟ୍ଟୀଙ୍କ ନାମକୁ ଏଫଏସଆଇବି ସୁପାରିଶ କରିଛି ।

Get real time updates directly on you device, subscribe now.