ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ଖେଳାଯିବ ଚମ୍ପିଆନ୍ସ ଟ୍ରଫି-୨୦୨୫ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରିଛି ଭାରତ । ତେଣୁ ଚମ୍ପିଆନ୍ସ ଟ୍ରଫି ପାଇଁ ନୂଆ ସିଡ୍ୟୁଲ ପ୍ରସ୍ତୁତ କରୁଛି ଆଇସିସି । ଏହାପୂର୍ବରୁ ‘ଚମ୍ପିଆନ୍ସ ଟ୍ରଫି’ ପାକିସ୍ତାନର ଇସଲାମାବାଦରେ ପହଞ୍ଚି ସାରିଛି । ଏହାପରେ ପାକିସ୍ତନା ସରକାର ଏହି ଟ୍ରଫିକୁ ପିଓକେ ଅଞ୍ଚଳରେ ବୁଲାଇବା ପାଇଁ ଘୋଷଣା କରିଥିଲେ । କିନ୍ତୁ ବିସିସିଆଇ ଏହାକୁ ନେଇ ଆପତ୍ତି ଜାହିର କରିବା ପରେ ଆଇସିସି ପାକିସ୍ତାନର ଏହି ଯୋଜନାକୁ ରଦ୍ଦ କରିଛି । ଏହାସହିତ ଏକ ନୂଆ ସିଡ୍ୟୁଲ ମଧ୍ୟ ଜାରି କରିଛି ଆଇସିସି ।
ଆଇସିସିର ନୂଆ ସିଡ୍ୟୁଲ ଅନୁସାରେ, ଇସଲାମାବାଦରେ ଥିବା ଚମ୍ପିଆନ୍ସ ଟ୍ରଫି ପିଓକେ ଅଞ୍ଚଳକୁ ଯାଇପାରିବ ନାହିଁ । କିନ୍ତୁ ଏହାକୁ ଭାରତ ଆଣିବା ପାଇଁ ଅନୁମତି ମିଳିଯାଇଛି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ୧୨ ଦିନ ପାଇଁ ଭାରତ ପରିଭ୍ରମଣରେ ଆସିବ ଚମ୍ପିଆନ୍ସ ଟ୍ରଫି । ଏହାସହିତ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଟ୍ରଫି ଯାତ୍ରା କରିବ ବୋଲି ଆଇସିସି ତରଫରୁ ସୂଚନା ମିଳିଛି । ସୂଚନା ଅନୁସାରେ, ନଭେମ୍ବର ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚମ୍ପିଆନ୍ସ ଟ୍ରଫିକୁ ପାକିସ୍ତାନ ବୁଲାଇବା ପାଇଁ ସେଠାକାର ସରକାର ପ୍ଲାନ କରିଥିଲେ । ଏହାକୁ ଦୁନିଆର ଦ୍ୱିତୀୟ ସର୍ବୋଚ୍ଚ ପର୍ବତ କେ୨ ଉପରକୁ ମଧ୍ୟ ନେବାପାଇଁ ପାକିସ୍ତାନର ଯୋଜନା ରହିଥିଲା । ଏହାବ୍ୟତୀତ ମୁଜଫରାବାଦ ଏବଂ ପିଓକେର ୩ଟି ସହରରେ ଟ୍ରଫିକୁ ପରିଭ୍ରମଣ କରାଇବାକୁ ସରକାର ଯୋଜନା କରିଥିଲେ । କିନ୍ତୁ ଏହା ଉପରେ ଆଇସିସି ଏକ ବଡ଼ ଘୋଷଣା କରିଛନ୍ତି । ପାକିସ୍ତାନକୁ ଆଦେଶ ଦିଆଯାଇଛି ଯେ, ପିଓକେ ଅଞ୍ଚଳକୁ ଟ୍ରଫି ଯାଇପାରିବ ନାହିଁ ।
‘ଟ୍ରଫି ଟୁର’ର ନୂଆ ସିଡ୍ୟୁଲ
ନଭେମ୍ବର ୧୬ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ଇସଲାମାବାଦ, ତକ୍ଷଶିଳା ଏବଂ ଖାନପୁର, ଏବଟାବାଦ, ମୁରୀ, ନଥିୟା ଗଲୀ ସହିତ କରାଚୀରେ ପରିଭ୍ରମଣ କରିବ । ଏହାପରେ ୨୬-୨୮ ତାରିଖ ପର୍ଯ୍ୟନ୍ତ ଆଫଗାନିସ୍ତାନ, ଡିସେମ୍ବର ୧୦-୧୩ ତାରିଖ ପର୍ଯ୍ୟନ୍ତ ବାଂଲାଦେଶ ପରିଭ୍ରମଣ କରିବାକୁ ଥିବା ବେଳେ ୧୫-୨୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଯାତ୍ରା କରିବ । ଏହାପରେ ଡିସେମ୍ବର ୨୫ ତାରିଖରୁ ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ, ୬-୧୧ ତାରିଖ ନ୍ୟୁଜିଲାଣ୍ଡ, ୧୨-୧୪ ଇଂଲଣ୍ଡ ଏବଂ ଜାନୁୟାରୀ ୧୫ ତାରିଖରୁ ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଭାରତ ଯାତାରେ ଆସିବ ଚମ୍ପିଆନ୍ସ ଟ୍ରଫି । ଏହାପରେ ଜାନୁୟାରୀ ୨୭ ତାରିଖରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।
Key dates of the Trophy Tour:
16 November – Islamabad, Pakistan
17 November – Taxila and Khanpur, Pakistan
18 November – Abbottabad, Pakistan
19 November- Murree, Pakistan
20 November- Nathia Gali, Pakistan
22 – 25 November – Karachi, Pakistan
26 – 28 November – Afghanistan
10 – 13 December – Bangladesh
15 – 22 December – South Africa
25 December – 5 January – Australia
6 – 11 January – New Zealand
12 – 14 January – England
15 – 26 January – India
27 January – event start – Pakistan