fbpx
BSKY SKY
BSKY SKY

ଚାଣକ୍ୟ ନୀତି: ଭୁଲ୍‌ରେ ବି ପତ୍ନୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

BSKY

ପତି-ପତ୍ନୀଙ୍କ ସମ୍ବନ୍ଧ ଏତେ ସମ୍ବେଦନଶୀଳ ହୋଇଥାଏ ଯେ, ସାମାନ୍ୟ ମିଛ ଏହି ସଂପର୍କକୁ ନିମିଷକ ମଧ୍ୟରେ ଭାଙ୍ଗି ଦେଇପାରେ । କିନ୍ତୁ ଚାଣକ୍ୟ ନୀତି ଅନୁସାରେ ବିବାହିତ ଜୀବନରେ ସୁଖୀ ରହିବା ଲାଗି କିଛି କଥା ଲୁଚାଇ ରଖିବା ଉଚିତ ।
ଏହା ସତ ଯେ, ପତି-ପତ୍ନୀ ପରସ୍ପରର ପରିପୂରକ ହୋଇଥାନ୍ତି । ଏମାନଙ୍କୁ ପରସ୍ପର ମଧ୍ୟରେ କୌଣସି କଥା ଲୁଚାଇ ରଖିବା ଅନୁଚିତ । କିନ୍ତୁ ଦାମ୍ପତ୍ୟ ସଂପର୍କକୁ ସୁଖମୟ କରିବା ଲାଗି କିଛି ଜିନିଷର ଦାୟିତ୍ୱ ଏମାନଙ୍କୁ ଏକାକୀ ନେବାକୁ ହୋଇଥାଏ । ଏହା ବ୍ୟତିତ କିଛି ଏପରି କଥା ରହିଛି ଯାହାକୁ ନିଜ ମଧ୍ୟରେ ଗୁପ୍ତ ରଖିବା ବି ଜରୁରୀ । ଏହି କ୍ରମରେ ଆମେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା କିଛି ଏପରି କଥା ବିଷୟରେ କହିବାକୁ ଯାଉଛୁ ଯାହା କୌଣସି ବି ପତି ନିଜ ପତ୍ନୀଙ୍କ ସହ ସେୟାର କରିବା ଅନୁଚିତ ।
ନିଜର ଅପମାନ କଥା:
କୌଣସି ବି ପତ୍ନୀ ନିଜ ପତିଙ୍କ ଅପମାନକୁ ବରଦାସ୍ତ କରିପାରନ୍ତି ନାହିିଁ । ଏହା ଜାଣିବା ମାତ୍ରକେ ତାଙ୍କ ମନ ମଧ୍ୟରେ ପ୍ରତିଶୋଧ ଭାବନା ଓ କ୍ରୋଧ ଜାଗ୍ରତ ହୋଇଥାଏ । ଏପରି କ୍ଷେତ୍ରରେ ସେ ସଂପର୍କର ମୂଲ୍ୟକୁ ବି ଭୁଲିଯାଏ । ଏଣୁ ଶାନ୍ତି ବଜାୟ ରଖିବା ଲାଗି କେବେ ବି କୌଣସି ପୁରୁଷ ନିଜ ଅପମାନ କଥା ପତ୍ନୀଙ୍କୁ କହିବା ଅନୁଚିତ ।
ନିଜର ପ୍ରକୃତ ରୋଜଗାର:
ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ପତ୍ନୀଙ୍କୁ କେବେ ବି ନିଜର ଅସଲ ରୋଜଗାର ବିଷୟରେ କହି ନ ଥାଏ । ଚାଣକ୍ୟ ନୀତି ଅନୁସାରେ ଯଦି ପତିଙ୍କ ଦରମା କମ୍ ହୋଇଥାଏ ତେବେ ତାଙ୍କ ପ୍ରତି ପତ୍ନୀଙ୍କର ସମ୍ମାନ କମିଯାଏ । ସେହିପରି ଯଦି ପତି ଅଧିକ ରୋଜଗାର କରୁଥାନ୍ତି ତେବେ ପତ୍ନୀ ଅଧିକ ଖର୍ଚ୍ଚି ହୋଇଯାଇ ପାରନ୍ତି ।
ଦାନ କରିଥିଲେ କୁହନ୍ତୁ ନାହିଁ: ଶାସ୍ତ୍ରରେ କୁହାଯାଇଛି ଅସଲ ଦାନ ତାହା ହୋଇଥାଏ ଯାହା ବିଷୟରେ ନିଜ ବ୍ୟତିତ ଆଉ କାହା ପାଖରେ ସୂଚନା ନ ଥାଏ । ତେଣୁ ପତି ଦାନ କରିଥିଲେ ସେ ବିଷୟରେ ପତ୍ନୀଙ୍କୁ କହିବା ଅନୁଚିତ । କାରଣ ଯଦି ପତ୍ନୀ ଲୋଭୀ କି କଞ୍ଜୁସ ହୋଇଥିବେ ତେବେ ଏହାକୁ ନେଇ ସେ ପତିଙ୍କ ସହ ଝଗଡା କରିପାରନ୍ତି ।
ନିଜର ଦୂର୍ବଳତା କୁହନ୍ତୁ ନାହିଁ:
ଜଣେ ସ୍ୱାମୀ ନିଜର ଦୂର୍ବଳତା ବିଷୟରେ ପତ୍ନୀଙ୍କୁ କେବେ ବି କିଛି କହିବା ଅନୁଚିତ । କାରଣ ବହୁ ସମୟରେ ମହିଳାମାନେ ନିଜ ଅଜାଣତରେ ଏ ବିଷୟରେ ଅନ୍ୟ ମହିଳାଙ୍କୁ କହି ଦେଇଥାନ୍ତି । ଏହା ବ୍ୟତିତ ଦୁଷ୍ଟା ପତ୍ନୀ ଏହାର ଫାଇଦା ଉଠାଇ ପତିଙ୍କୁ ହଇରାଣ କରିଥାନ୍ତି ।

Get real time updates directly on you device, subscribe now.