ଆହୁରି ୫ ଦିନ ପ୍ରବଳ ନାଦିବ, ପାଣିରେ ବୁଡ଼ିଯିବ ଘର ରାସ୍ତା! ଏହି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ସମ୍ଭାବନା
ଭୁବନେଶ୍ୱର: ସଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ। ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପଶ୍ଚିମ ଉତ୍ତର ପଶ୍ଚିମ ଗିଗକୁ ଗତି କରିବ ଏହି ଲଘୁଚାପ। ଏହାପରେ ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ଅବପାତ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବ। ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ୩ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି। ଗତକାଲି ମାଲକାନଗିରିରେ ଏତେ ପରିମାଣରେ ବର୍ଷା ହୋଇଛି ଯେ, ଅନେକ ସ୍ଥାନ ପାଣିରେ ବୁଡ଼ିଯାଇଛି। ଏଥିପାଇଁ ଆଜି ସେଠାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ିକୁ ବନ୍ଦ ରଖାଯାଇଛି।