fbpx

Video: ନିଆରା କାଉଡିଆ ଶ୍ରାବଣର ଶ୍ରବଣ କୁମାର, ବୃଦ୍ଧ ପିତା ଓ ମାଙ୍କ ଭାର ବୋହୁଛନ୍ତି ପୁଅ ଓ ବୋହୁ

ବିହାର: ଶ୍ରାବଣ ସୋମବାରରେ ଦୃଷ୍ଟି ଆକର୍ଷଣ କଲେ ନିଆରା କାଉଡିଆ ଶ୍ରାବଣର ଶ୍ରବଣ କୁମାର। ଶ୍ରାବଣ ମାସ ସୋମବାର ଆସିବା ପୂର୍ବରୁ ରାସ୍ତା ଘଟରେ କାଉଡିଆ ଭକ୍ତଙ୍କୁ ତ ଆପଣ ଦେଖିୁଥିବେ। ହେଲେ ଏଭଳି ଭକ୍ତଙ୍କୁ ଆପଣ ଦେଖିନଥିବେ। ଯାହାଙ୍କ ମୁହଁରେ ବୋଲବମର ନାରା। କାନ୍ଧରେ ପାଣି ଭାର। ଖାଲି ପାଣି ଭାର ନୁହେଁ ତା ସହ ଆଗରେ ଶବାର ହୋଇଛନ୍ତି ବୃଦ୍ଧ ପିତା ଓ ପଛରେ ମା। ଆଉ ଏହି ଭାର ବୋହୁଛନ୍ତି ପୁଅ ଓ ବୋହୁ। ଯାହା ସମସ୍ତଙ୍କୁ ଚକିତ କରିଛି। ଏ ଦୃଶ୍ୟ ଶ୍ରବଣ କୁମାରଙ୍କ କାହାଣୀକୁ ମନେପକାଇ ଦେଉଛି। ଯାହା ସୋସିଆଲ ମିଡିଆର ଦୃଷ୍ଟି ଆର୍କଶଣ କରିଛି। ଏହା ମାତୃ ପିତୃଙ୍କ ପ୍ରତି ସମ୍ମାନ ଓ କର୍ତ୍ତବ୍ୟକୁ ଦର୍ଶାଉଛି। ଲୋକେ ଏହା ଅଧିକରୁ ଅଧିକ ସେୟାର କରୁଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି।

ଶ୍ରାବଣ ସୋମବାରରେ କାନ୍ଧରେ ବାହୁଙ୍ଗି ଧରି ଶିବଲିଙ୍ଗରେ ଜଳାଭିଷେକ କରନ୍ତି ଲକ୍ଷ ଲକ୍ଷ ଭକ୍ତ। କାହିଁ ଦୂର ଦୂରାନ୍ତରୁ ଚାଲି ଚାଲି ଆସି ଶୈବପୀଠରେ ଜଳଲାଗି କରନ୍ତି। କିନ୍ତୁ ବିହାର ଭାଗଲପୁରର ଏହି ଦୃଶ୍ୟ ଏବେ ସାରା ଦେଶକୁ ଆଶ୍ଚର୍ଯ୍ୟ ଚକିତ କରିଛି। ସତରେ କଣ ଜଣେ ନିଜ ବାପାମାଙ୍କୁ ଏମିତି ବୋହି ବୋହି ନେଇପାରେ। ତାଙ୍କ ପାଖରେ ସାଧନର ଅଭାବ ନଥିଲା। ତଥାପି ସେ ବାହୁଙ୍ଗିରେ ବାପା ମାଙ୍କୁ ବୋହି ନେବାକୁ ନିଷ୍ଠା ଓ ବ୍ରତ କଲେ। ଆଉ ବାପା ମା ବି ପୁଅ ବୋହୂଙ୍କର ଏହି ଇଚ୍ଛାରେ ସାମିଲ ହୋଇ ବାହୁଙ୍ଗିରେ ବସିଲେ। ଇଣ୍ଟରନେଟରେ ଏହି ଭିଜୁଆଲରେ ଅନେକ ଜୟ ଶ୍ରବଣ କୁମାର ଲେଖି କମେଣ୍ଟ ଦେଇଛନ୍ତି। ଏହି ଭିଜୁଆଲ ଦେଖି ଆପଣ କଣ କହିବେ ଜଣାନ୍ତୁ।

Get real time updates directly on you device, subscribe now.