fbpx

କୌଣସି ବିବାହକୁ ଅବୈଧ ଘୋଷଣା କରିବା ସେନାର ଅଧିକାର ନାହିଁ: ଦ୍ୱିତୀୟ ପତ୍ନୀ ପେନସନ ପାଇବାର ହକଦାର ବୋଲି କହିଲେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ: ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ବିବାହକୁ ଅଵୈଧ ଘୋଷଣା କରିବାକୁ ହେଲେ ଏକ ଦକ୍ଷ ଅଦାଲତର ନିର୍ଦ୍ଦେଶ ଆବଶ୍ୟକ। କାହାର ବିବାହକୁ ଅବୈଧ ଘୋଷଣା କରିବାକୁ ସେନାର ଅଧିକାର ନାହିଁ। ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ (AFT) ଚଣ୍ଡିଗଡ଼ ସୈନିକଙ୍କ ଦ୍ୱିତୀୟ ପତ୍ନୀଙ୍କୁ ପାରିବାରିକ ପେନ୍‌ସନ୍‌ ପ୍ରତ୍ୟାଖ୍ୟାନ କରିବା ଆଦେଶକୁ ବାତିଲ କରି ତିନି ମାସ ମଧ୍ୟରେ ପେନ୍‌ସନ୍‌ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆବେଦନପତ୍ର ଦାଖଲ କରିବା ସମୟରେ କଙ୍ଗରା ବାସିନ୍ଦା ଚଞ୍ଚଳା ଦେବୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଗୋରଖୁ ରାମ ଭାରତୀୟ ସେନାରେ ଅଛନ୍ତି। ତାଙ୍କର ପ୍ରଥମ ବିବାହ ୧୯୬୬ ମସିହାରେ ବିମାଳା ଦେବୀଙ୍କ ସହ ହୋଇଥିଲା, କିନ୍ତୁ ସେ ଅନ୍ୟ ଜଣେ ପୁରୁଷଙ୍କ ସହ ରହିବାକୁ ଲାଗିଲେ। ଗୋରଖୁ ୧୯୭୦ ରେ ଆବେଦନକାରୀ ଅର୍ଥାତ ଚଞ୍ଚଳା ଦେବୀଙ୍କୁ ବିବାହ କରିଥିଲେ।

୨୦୧୦ ରେ ଗୋରଖୁ ରାମଙ୍କର ମୃତ୍ୟୁ ହୋଇଥିଲା ଏବଂ ଚଞ୍ଚଳା ଦେବୀଙ୍କ ପରିବାର ପେନ୍ସନ୍ ପାଇଁ ଆବେଦନ କରିଥିଲେ। ସେନା ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଗୋରଖୁ ରାମ ତାଙ୍କ ଜୀବନରେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ଚଞ୍ଚଳା ଦେବୀଙ୍କୁ ବିବାହ କରିଥିଲେ ତେଣୁ ସେମାନଙ୍କର ବିବାହ ବୈଧ ନୁହେଁ।

 

Get real time updates directly on you device, subscribe now.