fbpx

ସୁଇସାଇଡ ନୋଟରେ ନାଁ ଥିଲେ ବି କାହାକୁ ଦୋଷୀ ସାବ୍ୟସ୍ତ କରିବାକୁ ତାହା ଯଥେଷ୍ଟ ପ୍ରମାଣ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ସୁଇସାଇଡ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସୁଇସାଇଡ ନୋଟରେ ଥିବା ନାମ ଆଧାରରେ କାହାକୁ ବି ଆତ୍ମହତ୍ୟା ପାଇଁ ଉସୁକାଇବାର ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ । ଏଭଳି ଏକ ମାମଲାରେ ସୋନିପାଟ ଜିଲ୍ଲା କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ୫ ବର୍ଷର ଦଣ୍ଡାଦେଶକୁ ରଦ୍ଦ କରି ହାଇକୋର୍ଟ ଆବେଦନକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୋନିପାଟ ନିବାସୀ ରବି ଭାରତୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଆତ୍ମହତ୍ୟାକୁ ଉସୁକାଇବା ମାମଲାରେ ଜିଲ୍ଲା ଜଜ୍ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ, ଯାହାକୁ ଚ୍ୟାଲେଞ୍ଚ କରି ସେ ହାଇକୋର୍ଟ ଯାଇଥିଲେ । ଆବେଦନକାରୀ ଦର୍ଶାଇଥିଲେ ଯେ, କେବଳ ଆତ୍ମହତ୍ୟା ନୋଟରେ ଥିବା ନାମ ଆଧାରରେ ସୋନିପାଟ ଜିଲ୍ଲା କୋର୍ଟ ତାଙ୍କୁ ୨ ମଇ ୨୦୨୨ ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିଷାକ୍ତ ପଦାର୍ଥ ସେବନ ହେତୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆବେଦନକାରୀ ଦର୍ଶାଇଛନ୍ତି ।

ସମସ୍ତ ପକ୍ଷର ଶୁଣାଣି ପରେ କୋର୍ଟ ଆବେଦନକାରୀଙ୍କ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ଏବଂ କହିଛନ୍ତି ଯେ ଆତ୍ମହତ୍ୟା ନୋଟରେ ଥିବା ନାମ ଆଧାରରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ । କୋର୍ଟ ଏହି ମାମଲାର ଶୁଣାଣି କରିବାବେଳେ ମୃତ ବ୍ୟକ୍ତିଙ୍କ ସହ ଅଭିଯୁକ୍ତର ସମ୍ପର୍କ କ’ଣ, ଆତ୍ମହତ୍ୟା କରିବାର କାରଣ କ’ଣ ଏବଂ ଆତ୍ମହତ୍ୟା ନୋଟରେ ଦିଆଯାଇଥିବା କାରଣ ପ୍ରକୃତରେ କାହାକୁ ଆତ୍ମହତ୍ୟା କରିପାରେ ବୋଲି ଦିଗରେ ଧ୍ୟାନ୍ ଦେବା ଉଚିତ୍ ।

କୋର୍ଟ କହିଛନ୍ତି ଯେ ଅନୁସନ୍ଧାନକାରୀ ଅଧିକାରୀ କେବଳ ହସ୍ତଲିଖନ ବିଶେଷଜ୍ଞଙ୍କ ପରାମର୍ଶ ପରେ ହିଁ କାମ କରିବା ଉଚିତ । ଏହି ଟିପ୍ପଣୀ ସହିତ ହାଇକୋର୍ଟ ଏହି ଆବେଦନକୁ ମଞ୍ଜୁରୀ ଦେବା ସହ ଆବେଦନକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.