fbpx

ଜହ୍ନ ରାଇଜରେ ଚନ୍ଦ୍ରଯାନ-୩କୁ ସ୍ୱାଗତ କଲା ଚନ୍ଦ୍ରଯାନ-୨

ଓଡିଶା ଭାସ୍କର; ରୁଷର ଚନ୍ଦ୍ର ଅଭିଯାନ ଲୁନା-୨୫ ବିଫଳ ହେବ ପରେ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଭାରତ ପାଖରେ ସୁଯୋଗ ରହିଛି । ଏହି ଚନ୍ଦ୍ରଯାନ ସଫଳ ହେବା ପରେ ଭାରତ ବି ସାରା ବିଶ୍ୱରେ ପ୍ରମାଣିତ କରିଦେବ ଯେ, ଭାରତ ଦେଶ କେଉଁଥିରେ ବି କମ ନୁହେଁ । ତେବେ ଏହି ମିଶନ ଅଫ ମୁନକୁ ନେଇ ସାରା ଭାରତବାସୀ ଉତ୍ସାହିତ ରହିଥିବା ବେଳେ ଚନ୍ଦ୍ରଯାନ -୩ ଧୀରେ ଧୀରେ ନିଜ ଲକ୍ଷ୍ୟସ୍ଥଳ ଆଡକୁୁ ଅଗ୍ରସର ହେଉଛି । ଏହା ଚନ୍ଦ୍ରଠାରୁ ମାତ୍ର ଆଉ କିଛି କିଲୋମିଟର ଦୂରରେ ରହିଛି । ଯେଉଁଠାରେ ବୋଲ୍ଡର କି ଖାଲ ନଥିବ ସେଭଳି ଏକ ସୁରକ୍ଷିତ ସ୍ଥାନ ଖୋଜୁଛି ଏହା ଅବତରଣ କରିବା ପାଇଁ ।

ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ -୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ଭିତରେ ଚନ୍ଦ୍ରଯାନ-୩ର ଦ୍ୱିତୀୟ ପର୍ଯ୍ୟାୟ ଡିବୁଷ୍ଟିଂ ସଫଳତାର ସହ ଶେଷ ହୋଇଛି । କକ୍ଷପଥର ଆକାର ହ୍ରାସ କରାଯିବା ପରେ ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ ଓ ସବୁଠୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ପ୍ରଦକ୍ଷିଣ କରୁଛି । ୨୩ ତାରିଖ ସଂଧ୍ୟା ୬ଟା ୪ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୩ । ଚନ୍ଦ୍ରଯାନ-୩ ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବିକ୍ରମ ଲ୍ୟାଣ୍ଡର । ଏହି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିରେ ଏକାଧିକ ଥ୍ରଷ୍ଟର ବା ଗତିରୋଧକ ଖଂଜା ଯାଇଛି । ଯାହା ଲ୍ୟାଣ୍ଡ କରିବା ସମୟରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବିରୋଧରେ କାମ କରିବ ଏବଂ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ ।

ସୂଚନା ଥାଉକି, ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂର ପ୍ରକ୍ରିୟାକୁ ସିଧାପ୍ରସାରଣ ମାଧ୍ୟମରେ ଦେଖିହେବ। ଇସ୍ରୋର ୟୁଟ୍ୟୁବ୍‌ ଚ୍ୟାନେଲ୍‌, ଫେସ୍‌ବୁକ ପେଜ୍‌, ଏହା ସହ ୱେବ୍‌ସାଇଟ ଏବଂ ଡିଡି ନ୍ୟାସନାଲ ଟିଭି ମାଧ୍ୟମରେ ଏହାର ଲାଇଭ୍‌ ଟେଲିକାଷ୍ଟ କରାଯିବ। ଅଗଷ୍ଟ ୨୩ ଭାରତୀୟ ସମୟ ଅପରାହ୍ନ ୭ଟା ୨୭ରୁ ସିଧାପ୍ରସାରଣ ଆରମ୍ଭ ହେବ। ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଆଶା ରଖାଯାଇଛି । ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ ଚନ୍ଦ୍ରପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ । ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ । ଏପଟେ ପ୍ରପଲସନ ମଡ୍ୟୁଲ ବର୍ଷ ବର୍ଷ ଧରି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ । ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ।

Get real time updates directly on you device, subscribe now.