fbpx

(Video) ଜହ୍ନ ରାଇଜର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ-୩: ଶେଷ ପର୍ଯ୍ୟାୟରେ ‘Moon Mission’

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ସଫଳତାର ଦିଗରେ ଆଗେଇ ଚାଲିଛି ଭାରତର ‘ମୁନ୍ ମିଶନ୍-୨୦୨୩’ । ଜହ୍ନ ରାଇଜରେ ।ଦ ଥାପିବା ପାଇଁ ଚନ୍ଦ୍ରର ଖୁବ ନିକଟତର ହୋଇଛି ଭାରତର ଚନ୍ଦ୍ରଯାନ-୩ । ଲାଣ୍ଡର ବିକ୍ରମଠାରୁ ଅଲଗା ହେବା ପରେ ଆଗାମୀ କିଛି ଦିନ ପ୍ରଜ୍ଞାନ ରୋଭର ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଚନ୍ଦ୍ରଯାନ-୩ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସଫଳତା ହାସଲ କରି ସାରିଥିବା ବେଳେ ଆଉ କିଛି ଦିନ ମଧ୍ୟରେ ଚନ୍ଦ୍ରରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତ । ବର୍ତ୍ତମାନ ଚନ୍ଦ୍ରଯାନ ଚନ୍ଦ୍ରର ଚାରିପାଖରେ ବୁଲି ଏହାର ବିଭିନ୍ନ ଚିତ୍ର ପଠାଉଥିବାର ଦେଖିବାକୁ ମିଳିଛି ।

ଏହି ଚିତ୍ର ଅଗଷ୍ଟ ୧୭ ରେ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ଇମେଜରରେ ସ୍ଥାପିତ କ୍ୟାମେରା -୧ ରୁ ନିଆଯାଇଥିଲା, ଯେଉଁଥିରେ ଚନ୍ଦ୍ରର ପୃଷ୍ଠ ସ୍ପଷ୍ଟ ଦେଖାଯାଏ । ଚିତ୍ରଗୁଡ଼ିକରୁ ଏହା ଅନୁମାନ କରାଯାଇପାରେ ଯେ ଆମର ବିକ୍ରମ ଲ୍ୟାଣ୍ଡର୍ ଚନ୍ଦ୍ରର ଅତି ନିକଟତର । ଏଥର ଚନ୍ଦ୍ର ଭୂମିରେ ପାଦ ଦେବାରେ ଭୁଲ୍ ପାଇଁ କୌଣସି ସୁଯୋଗ ନାହିଁ। ଚନ୍ଦ୍ରଯାନ-୩ ମିଶନ-୨ ଚନ୍ଦ୍ରଠାରୁ ୨ କିଲୋମିଟର ଦୂରରେ ନିଜର ମିଶନକୁ ଅସମ୍ପୂର୍ଣ୍ଣ ଛାଡି ଦେଇଥିଲା। ଏହି ମିଶନର କ୍ରାସ୍ ଅବତରଣ ହୋଇଥିଲା । କିନ୍ତୁ ଆମର ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ ମିଶନର ସଫଳତା ପାଇଁ ଲ୍ୟାଣ୍ଡର ଟେକ୍ନୋଲୋଜିରେ ବଡ଼ ପରିବର୍ତ୍ତନ କରିଛନ୍ତି।

ସୂଚନା ଅନୁସାରେ, ଚନ୍ଦ୍ରଯାନ-୩ର ଲାଣ୍ଡର ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ସଫ୍ଟ ଲାଣ୍ଡିଙ୍ଗରୁ ପ୍ରାୟ ୪ ଦିନ ଦୂରରେ ରହିଛି । ତେବେ ଶୁକ୍ରବାର ଏହାର ଆଉ ଏକ ସଫଳତା ହାସଲ କରିଛି ଚନ୍ଦ୍ରଯାନ-୩ । ବିକ୍ରମ ଲାଣ୍ଡରର ଡିବୁଷ୍ଟିଙ୍ଗ ପ୍ରକ୍ରିୟା ସଫଳ ହେବା ସହ ସ୍ପେସକ୍ରାଫ୍ଟର ଗତି ମଧ୍ୟ କମ୍ କରାଯାଇଛି । ଏହାପରେ ମଧ୍ୟ ଚନ୍ଦ୍ରଯାନକୁ ଆହୁରି କିଛି ଚାଲେଞ୍ଜକୁ ସାମନା କରିବାକୁ ପଡ଼ିବ । ଆସନ୍ତାକାଲି ଲାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଙ୍ଗ କରାଯିବ । ଏହାପରେ ବିକ୍ରମ ଏବଂ ଚନ୍ଦ୍ର ମଧ୍ୟରେ ଦୂରତା ଅତି କମ୍ ରେ ୩୦ କି.ମି ରହିପାରିବ । ଏହାପରେ ୨୩ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ଲାଣ୍ଡିଙ୍ଗ କରିପାରିବ । କିନ୍ତୁ ଏହା ପୂର୍ବରୁ ଲାଣ୍ଡରର ଗତି ୨କି.ମି/ସେକେଣ୍ଡରୁ କମ୍ କରି ଶୂନ୍ୟ କରି ଦିଆଯିବ ।

Get real time updates directly on you device, subscribe now.