ଓଡ଼ିଶା ଭାସ୍କର: Real Estate ସେକ୍ଟର ଏହାର ନିୟମରେ ପରିବର୍ତ୍ତନ କରିଛି । ବର୍ତ୍ତମାନ ଡେଭେଲପର୍ସମାନଙ୍କୁ ପ୍ରତ୍ୟେକ ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଟ ପାଇଁ ୩ଟି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପଡ଼ିବ । ଏହି ୩ଟି ବ୍ୟାଙ୍କ ଆକାଉଣ୍ଟ ସମାନ ବ୍ୟାଙ୍କରେ ରହିବ । ମହାରାଷ୍ଟ୍ର ରିଅଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥୋରିଟି(MahaRERA) ଏହି ପ୍ରସ୍ତାବ ଦେଇଛି । ଏହି ନୂଆ ନିୟମ ଅନୁଯାୟୀ ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଟର କ୍ଷମତା, ନିୟମ ପାଳନ ଏବଂ ଅଡିଟ୍ ସହଜ ହୋଇଯିବ । ଏହା ବ୍ୟତୀତ ରାଜସ୍ୱ, ସୁଧହାର, ରିଫଣ୍ଡ୍ ଏବଂ କ୍ୟାନସଲେସନ୍ ପ୍ରକ୍ରିୟା ମଧ୍ୟ ସହଜ ଓ ଶୀଘ୍ର ହେବ ।
MahaRERA ଅନୁଯାୟୀ ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଟରେ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇଦେବା ଲକ୍ଷରେ ଏହି ପରିବର୍ତ୍ତନ କରାଯାଉଛି । ଏଥିପାଇଁ ରିଅଲ ଇଷ୍ଟେଟ୍ ଡେଭେଲପର୍ସମାନଙ୍କୁ ପ୍ରତେକ ପ୍ରୋଜେକ୍ଟ ପାଇଁ ବ୍ୟାଙ୍କରେ ୩ଟି ଆକାଉଣ୍ଟ ଖୋଲିବାକୁ ପଡ଼ିବ ।
୧. କଲେକସନ୍ ଆକାଉଣ୍ଟ: କଲେକସନ୍ ଆକାଉଣ୍ଟରେ ଯାହା ବି ଟଙ୍କା ଆସିବ ତାହା ଗ୍ରାହକଙ୍କ ଦ୍ୱାରା ଦିଆଯିବ । ଏଥିରେ ଟ୍ୟାକ୍ସ ଏବଂ ଡ୍ୟୁଟି ସମ୍ବନ୍ଧିତ ଟଙ୍କା ମଧ୍ୟ ରଖାଯିବ ।
୨. ସେପାରେଟ୍ ଆକାଉଣ୍ଟ: ସେପାରେଟ୍ ଆକାଉଣ୍ଟରେ ପ୍ରୋଜେକ୍ଟର ୭୦ ପ୍ରତିଶତ ରାଜସ୍ୱ କଲେକସନ୍ ଆକାଉଣ୍ଟ ମାଧ୍ୟମରୁ ପଠାଯିବ । ଏହା କେବଳ ଜମି ଏବଂ ନିର୍ମାଣ ଖର୍ଚ୍ଚ ପାଇଁ ବ୍ୟବହାର କରାଯିବ ।
୩. ଟ୍ରାଞ୍ଜେକସନ୍ ଆକାଉଣ୍ଟ: ଏଥିରେ କଲେକସନ୍ ଆକାଉଣ୍ଟର ୩୦% ଟଙ୍କା ରଖାଥିବ । ଜମି ଏବଂ ନିର୍ମାଣ ଖର୍ଚ୍ଚ ବ୍ୟତୀତ ଅନ୍ୟ ଖର୍ଚ୍ଚ ଉପରେ ଏହି ଟଙ୍କା ବ୍ୟବହାର କରାଯିବ । କୌଣସି ବୁକିଂ ବାତିଲ କିମ୍ବା ଜରିମାନା ଲାଗୁ ହେଲେ ଏହି ଆକାଉଣ୍ଟରୁ ଟଙ୍କା କଟିବ ।
ରିଅଲ ଇଷ୍ଟେଟ୍ ରେଗୁଲେଟର MahaRERA ଏହି ନିୟମ ପରିବର୍ତ୍ତନ ସମ୍ବନ୍ଧୀୟ ଏକ ଡିସକସନ୍(ଆଲୋଚନା) ପେପର ଜାରି କରିଛି । ଏହା ଅନ୍ତର୍ଗତ ଏପ୍ରିଲ ୧୫ ସୁଦ୍ଧା ସମସ୍ତ ଷ୍ଟକହୋଲ୍ଡର୍ସମାନଙ୍କ ମତାମତ ଲୋଡ଼ା ଯାଇଛି । MahaRERAର ଚେୟାରମ୍ୟାନ୍ ଅଜୋୟ ମେହେତା କହିଛନ୍ତି ଯେ ଆମେ ରିଅଲ ଇଷ୍ଟେଟ୍ ପ୍ରୋଜକ୍ଟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଚାହୁଁଛୁ । ଏହା ସହ ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବାକୁ ଚାହୁଁଛୁ ବୋଲି କହିଛନ୍ତି ମେହେତା ।