Googleର ନିୟମରେ ପରିବର୍ତ୍ତନ: ମୋବାଇଲ ୟୁଜର୍ସ କରିନିଅନ୍ତୁ ଏହି କାମ, ନଚେତ୍ ହେବ ବଡ଼ କ୍ଷତି

ଓଡ଼ିଶା ଭାସ୍କର: ମୋବାଇଲ ୟୁଜର ମାନଙ୍କ ପାଇଁ ନୂଆ ମାସରେ ଏକ ବଡ଼ ପରିବର୍ତ୍ତନ ଆଣିଛି ଗୁଗଲ । ଅନଲାଇନ କାର୍ଯ୍ୟ ପାଇଁ ବିଭିନ୍ନ ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗୁଗଲ ଏବଂ ଆଧାର ୟୁଜରମାନଙ୍କ ଉପରେ ଏହି ନୂଆ ନିୟମର ସିଦାସଳଖ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି । ଏହାବ୍ୟତୀତ ଟେଲିକମ୍ କମ୍ପାନୀ ଉପରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇପାରେ । ସେହିପରି ସେପ୍ଟେମ୍ବର ୧୪ ତାରିଖରୁ ୟୁଆଇଡିଏଆଇର ମାଗଣା ସର୍ଭିସ ମଧ୍ୟ ବନ୍ଦ କରି ଦିଆଯିବ ।

ସେପ୍ଟେମ୍ବର ୧ ତାରିଖରେ ଗୁଗଲର ନୂଆ ପ୍ଲେ ଷ୍ଟୋର ପଲିସି ଲାଗୁ କରାଯାଇଛି । ପ୍ଲେ ଷ୍ଟୋରରେ ନିମ୍ନ କ୍ୱାଲିଟିରେ ଥିବା ହଜାର ହଜାର ଆପ୍ସକୁ ବର୍ତ୍ତମାନ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ଏସବୁ ମାଲୱେୟରର ସୋର୍ସ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ କ୍ୱାଲିଟି କଣ୍ଟ୍ରୋଲ ତରଫରୁ ଗୁଗଲ ନୂଆ ନିୟମ ଲାଗୁ କରିଛି । ଏହାଦ୍ୱାରା ସମସ୍ତ ଆଣ୍ଡ୍ରଏଡ ୟୁଜରମାନଙ୍କୁ ଆଶ୍ୱସ୍ତି ମିଳିବ । ଏହାସହିତ ଗୁଗଲର ପ୍ରାଇଭେସୀ ପାଇଁ ମଧ୍ୟ ଏହା ବେଶ୍ ଲାଭଦାୟକ ହୋଇପାରିବ ।

ୟୁଆଇଡିଏଆଇ ଏବେ ଆଧାର କାର୍ଡ ଅପଡେଟ୍ ତାରିଖକୁ ମଧ୍ୟ ସେପ୍ଟେମ୍ବର ୧୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି । ମୋବାଇଲ ୟୁଜର୍ସ ଘରେ ବସି ୧୦ ବର୍ଷ ପୁରୁଣା ଆଧାର କାର୍ଡକୁ ମଧ୍ୟ ଅପଡେଟ କରାଇପାରିବେ । ମାଇ ଆଧାର ପୋର୍ଟାଲ ଜରିଆରେ ଏହି ଅପଡେଟ୍ କରିପାରିବେ ୟୁଜର୍ସ । ଏହାବ୍ୟତୀତ ଆଧାର କେନ୍ଦ୍ରକୁ ଯାଇ ମଧ୍ୟ ନିଜ କାର୍ଡ ଅପଡେଟ୍ କରାଇପାରିବେ ୟୁଜର ।

ଟ୍ରାଇର ନିୟମ ଅନୁସାରେ, ସେପ୍ଟେମ୍ବର ୧ ତାରିଖରୁ ଫର୍ଜି କଲ୍ ଏବଂ ମେସେଜରୁ ଗ୍ରାହକଙ୍କୁ ମୁକ୍ତି ମିଳିପାରିବ । ସେପ୍ଟେମ୍ବର ୧ ତାରିଖରୁ ଅନ୍-ରେଜିଷ୍ଟର୍ଡ ମେସେଜ ଏବଂ କଲ୍ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଟ୍ରାଇ । ଏହାଦ୍ୱାରା ଅନଲାଇନ୍ ପେମେଣ୍ଟ, ଅନଲାଇନ୍ ସପିଙ୍ଗ ଏବଂ ଅନଲାଇନ୍ ଡେଲିଭରୀରେ ମଧ୍ୟ ସାମାନ୍ୟ ସମସ୍ୟା ହୋଇପାରେ । ସେହିପରି ଓଟିପି ଆସିବାରେ ମଧ୍ୟ ବିଳମ୍ବ ହୋଇପାରେ ।