fbpx

ବର୍ଷର ଏହିସବୁ ଦିନରେ ବନାନ୍ତୁନି ରୁଟି, ଚୁଲିକୁ ତାୱା ନେବା ବି ହୋଇଥାଏ ଅତ୍ୟନ୍ତ ଅଶୁଭ

Advertisement

ନୂଆ ବର୍ଷ ୨୦୨୪ ଆସିବାକୁ ଆଉ ମାତ୍ର ୪ ଦିନ ବାକି ଅଛି । ନୂଆବର୍ଷରେ ସମସ୍ତେ ନିଜ ଜୀବନରେ ସୁଖ, ସମୃଦ୍ଧି ଓ ଉନ୍ନତି ଚାହିଁଥାନ୍ତି । ତେଣୁ ଆପଣ ପୁରୁଣା ବର୍ଷରେ କରିଥିବା ଭୁଲ୍‌କୁ ନୂଆବର୍ଷରେ ଆଉ ପୁନରାବୃତ୍ତି କରନ୍ତୁନି । ନୂଆବର୍ଷରେ ଏପରି କିଛି କାମ କରନ୍ତୁନି ଯାହାଦ୍ୱାରା ଆପଣଙ୍କ ଉନ୍ନତି ପଥରେ ବାଧା ସୃଷ୍ଟି ହେବ ଓ ଧନହାନି ହେବ । ବର୍ଷରେ ଏପରି ୬ ପର୍ବ ରହିଛିି ଯେତେବେଳେ ଆପଣ ରୁଟି ତିଆରି କରିବା କଥା ପୁରା ଭୁଲିଯିବା ଭଲ । ଏହିଦିନ ଚୁଲି ଉପରକୁ ତାୱା ନେବା ବି ଅଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ନାରାଜ ହୋଇଥାନ୍ତି ଓ ଘରେ ଦାରିଦ୍ର‌୍ୟ ଘୋଟିଯାଏ । ଜ୍ୟୋତିଷାଚାର୍ଯ୍ୟଙ୍କ ମତ ହିନ୍ଦୁ ଧର୍ମରେ ମାତା ଲକ୍ଷ୍ମୀଙ୍କ ସହ ଜଡିତ ଏହି ବ୍ରତ, ପର୍ବ ଦିନ ରୁଟି ତିଆରି କରିବା ଅନୁଚିତ । ଏହା ବ୍ୟତିତ ପିତୃପକ୍ଷ ଶ୍ରାଦ୍ଧ ସମୟରେ ବି ରୁଟି ତିଆରି କରନ୍ତୁ ନାହିଁ । ଏହିଦିନ ଶୁଖିଲା ଖାଦ୍ୟ ତିଆରି କରନ୍ତୁ ନାହିଁ । ଏହି କ୍ରମରେ ଆସନ୍ତୁ ଜାଣିବା ନୂଆବର୍ଷରେ କେଉଁ ପର୍ବରେ ରୁଟି ବନାଇବା ଅଶୁଭ ହୋଇଥାଏ ।
ମକର ସଂକ୍ରାନ୍ତି: ମକର ସଂକ୍ରାନ୍ତି ୧୫ ଜାନୁୟାରୀରେ ପଡୁଛି । ଏହିଦିନ ଖେଚୁଡି ଖାଇବାର ବିଧାନ ରହିଛି । ଏହିଦିନ ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିପାରିବେ । ଏହିଦିନ ରୁଟି ତିଆରି କରିବା ଅଶୁଭ ହୋଇଥାଏ ।
ଶୀତଳାଷ୍ଟମୀ: ଆଗାମୀ ବର୍ଷ ୨ ଏପ୍ରିଲରେ ପଡୁଛି ଶୀତଳାଷ୍ଟମୀ । ଏହିଦିନ ଶୀତଳା ମା’ଙ୍କୁ ଥଣ୍ଡା ଖାଦ୍ୟ ଭୋଗ ଲଗାଯାଇଥାଏ । ଏହିଦିନ ଚୁଲି ଜଳାଯାଏ ନାହିଁ । ଘର ଲୋକେ ଶୀତଳା ମାତାଙ୍କୁ ଚଢାଯାଇଥିବା ପ୍ରସାଦ ହିଁ ଗ୍ରହଣ କରିଥାନ୍ତି । ଏହିଦିନ ଫ୍ରେଶ୍ ଖାଦ୍ୟ ତିଆରି କରିବାକୁ ବାରଣ କରାଯାଇତାଏ ।
ନାଗ ପଞ୍ଚମୀ: ୯ ଅଗଷ୍ଟରେ ନାଗପଞ୍ଚମୀ ପାଳନ କରାଯାଇଥାଏ । ଏହିଦିନ ଆପଣ ଘରେ ରୁଟି ତିଆରି କରନ୍ତୁ ନାହିଁ । ଏହିଦିନ ତାୱାକୁ ଚୁଲି ଉପରେ ରଖିବା ଅନୁଚିତ କାରଣ ତାୱା ନାଗ ଦେବତାଙ୍କ ପ୍ରତିରୂପ ହୋଇଥାଏ । ଏହିଦିନ ପୁରୀ ହାଲୱା ତିଆରି କରି ଖାଇବା ଉଚିତ ।
ଶରତ ପୂର୍ଣ୍ଣିମା: ୧୬ ଅକ୍ଟୋବରରେ ପଡୁଛି ଶରଦ ପୂର୍ଣ୍ଣିମା । ଏହିଦିନ ଚନ୍ଦ୍ରମା ଓ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ । ମାତା ଲକ୍ଷ୍ମୀଙ୍କ ପୂଜାଦିନ ରୁଟି ତିଆରି କରିବା ଅଶୁଭ ହୋଇଥାଏ ।
ଦିୱାଲି: ୧ ନଭେମ୍ବରରେ ପଡୁଛି ଦୀପାବଳି ପର୍ବ । ଏହିଦିନ ଚୁଲି ଉପରେ ତାୱା ରଖିବା ଅଶୁଭ । ଧାର୍ମିକ ମାନ୍ୟତା ଅନୁସାରେ ଦିୱାଲିରେ କୌଣସି ବାସନ କୁସନ କଳା ପଡିବା ଅନୁଚିତ । ଏହାକୁ ଅଶୁଭ ମନେ କରାଯାଏ । ଏହାଦ୍ୱାରା ଘରେ ଅଭାବ ଲାଗି ରହିଥାଏ । ଏହା ବ୍ୟତିତ ସେପ୍ଟେମ୍ବରରେ ପଡୁଥିବା ମହାଲକ୍ଷ୍ମୀଙ୍କ ବ୍ରତ ସମୟରେ ବି ରୁଟି ତିଆରି କରିବା ଅନୁଚିତ ।

Get real time updates directly on you device, subscribe now.