fbpx

କରୋନାରେ ଆଖିବୁଜିଲେ ପ୍ରବଚକ ଚାରଣ ରାମଦାସ

ଭୁବନେଶ୍ୱର: କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ବହୁ ସେଲିବ୍ରିଟ, ନେତାମନ୍ତ୍ରୀମାନେ ଏହାର ଶିକାର ହୋଇ ପ୍ରାଣ ହରାଉଛନ୍ତି । ଏହାରି ମଧ୍ୟରେ ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ କଳାକାର ।

ତେବେ ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ଏହି ସମୟରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହେବା ସହିତ ଫୁସଫୁସ ପ୍ରଭାବିତ ହୋଇଥିଲା । ଚିକିତ୍ସିତ ଅବସ୍ଥାରେ ରାମଦାସ ସବୁଦିନ ପାଇଁ ଆଖିବୁଜିଛନ୍ତି । । ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ । ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ତାଙ୍କର କଥା ଶୁଣିବାକୁ ଲୋକମାନେ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ରାମଦାସଙ୍କ ଦେହାନ୍ତରେ ସବୁଆଡେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.