fbpx

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ; କୃଷକଙ୍କ ସମସ୍ୟା ନେଇ କଲେ ଆଲୋଚନା

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଚନ୍ନୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ସାକ୍ଷାତକାର । ସାକ୍ଷାତକାର ସମୟରେ ଉଭୟଙ୍କ ମଧ୍ୟରେ ଅନେକ ଜରୁରୀ ଆଲୋଚନା ହୋଇଛି । ବିଶେଷ କରି କୃଷି କ୍ଷେତ୍ର ଉପରେ ଆଲୋଚନାରେ ଅଧିକ ଧ୍ୟାନ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଚନ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ କରିଛନ୍ତି ଯେ କୃଷକଙ୍କ ସହ ପୁଣି କଥାବାର୍ତ୍ତା କରାଯାଉ । ସେ କହିଛନ୍ତି ପଞ୍ଜାବ ଏକ କୃଷି ପ୍ରଧାନ ରାଜ୍ୟ, ଏମିତିରେ ତିନି କୃଷି ଆଇକୁ ପ୍ରତ୍ୟାହାର କରିବା ଜରୁରୀ ଅଟେ । ସେ ଆହୁରି କହିଛନ୍ତି ପଞ୍ଜାବର ଆର୍ଥିକ ବ୍ୟବସ୍ଥା ଅନେକାଂଶରେ କୃଷି ଉପରେ ନିର୍ଭର କରିଥାଏ । ତେଣୁ ସମୟ ପୂର୍ବରୁ ସମସ୍ତ ସମସ୍ୟା ଉପରେ ଆଲୋଚନା କରିବା ଜରୁରୀ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ କୃଷକଙ୍କ ସମସ୍ୟା ଉପରେ ଅବଗତ ଅଛନ୍ତି ଏବଂ ଏହାକୁ ସମାଧାନ କରିବାକୁ ଚାହୁଛନ୍ତି ।

Get real time updates directly on you device, subscribe now.