fbpx

ଟିଆରପି ସ୍କାମ୍: ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା ମୁମ୍ବାଇ ପୁଲିସ୍

Advertisement

ମୁମ୍ବାଇ: ପୁଣି ବିବାଦ ଘେରରେ ଅର୍ଣ୍ଣବ୍ ଗୋସ୍ୱାମୀ । ମଙ୍ଗଳବାର ଦିନ ମୁମ୍ବାଇ ପୁଲିସ୍ ଟେଲିଭିଜନ୍ ରେଟିଂ ପଏଣ୍ଟସ୍(ଟିଆରପି) ଘୋଟାଲା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଏବଂ ଏଥିରେ ରିପବ୍ଲିକ୍ ଟିଭି ଏଡିଟର୍ ଅର୍ଣ୍ଣବ୍ ଗୋସ୍ୱାମୀଙ୍କୁ ଆରୋପୀ ସଜାଇଛି । ତେବେ ଖାଲି ଅର୍ଣ୍ଣବ୍ ନୁହନ୍ତି ତାଙ୍କ ବ୍ୟତୀତ ଆଉ ଚାରି ଜଣଙ୍କ ନାମରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି । ୧୮୦୦ ପୃଷ୍ଠାର ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଅଭିଯୁକ୍ତ ଭାବରେ ୫ଜଣଙ୍କ ନାମ ରହିଛି ବୋଲି ଲାଇଭ୍ ଲ’ ପକ୍ଷରୁ ରିପୋର୍ଟ ହୋଇଛି ।

ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର୍ ୮ ତାରିଖରେ ମୁମ୍ବାଇ ପୁଲିସ୍ କମିସନର ଟିଆରପି ସ୍କାମ୍ କୁ ନେଇ ପ୍ରଥମେ ଖୁଲାସା କରିଥିଲେ । ଏହି ପରିପ୍ରେକ୍ଷୀରେ ଅନେକ ବଡ ବଡ ଚ୍ୟାନେଲ୍ ଏହି ସ୍କାମ୍ ରେ ସାମିଲ ହୋଇଥିବା କଥା ଜଣାପଡ଼ିଥିଲା । ବିଶେଷ କରି ରିପବ୍ଲିକ୍ ଟିଭି, ବକ୍ସ ସିନେମା ଏବଂ ଫକ୍ତ ମରାଠୀ । ଏହି ଚ୍ୟାନେଲ୍ ଗୁଡ଼ିକ ଟିଆରପି ବଢ଼ାଇବାକୁ ଚେଷ୍ଟା କରିଥିଲେ । ବ୍ରଡକାଷ୍ଟ ଅଡ଼ିଆନ୍ସ ରିସର୍ଚ୍ଚ କାଉନ୍ସିଲ୍ ର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପାର୍ଥ ଦାସଗୁପ୍ତାଙ୍କୁ ତଥାକଥିତ ରୂପେ ଟଙ୍କା ଦେଇ ଟିଆରପି ବଢ଼ାଉଥିଲେ ।

Get real time updates directly on you device, subscribe now.