fbpx

୭ ଦିନ ପାଇଁ ସଟଡାଉନ୍ ହେଲା ଛତ୍ରପୁର ଏନଏସି

ଛତ୍ରପୁର,୨୯ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢୁଛି ପଛେ କମିବାର ନାଁ ନେଉନି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏନଏସିକୁ ୭ ଦିନ ପାଇଁ ସଟ ଡାଉନ୍ ଘୋଷଣା କରାଯାଇଛି । କାଲିଠାରୁ ଛତ୍ରପୁର ଏନଏସିରେ ଏହି ସଟଡାଉନ୍ ଲାଗୁ ହେବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ତେବେ ଜୁନ୍ ୩୦ରୁ ଜୁଲାଇ ୬ ତାରିଖ ଯାଏ ଛତ୍ରପୁର ଏନଏସି ସଟ-ଡାଉନ୍ ରହିବ । ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁ ସେବା ବନ୍ଦ ରହିବ ବୋଲି କୁହାଯାଇଛି । ଛତ୍ରପୁର ବ୍ଲକ ଅଧ୍ୟକ୍ଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷା ରିପୋର୍ଟରେ ପଜିଟିଭ ଆସିଛି । ପଜିଟିଭ ଚିହ୍ନଟ ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.