fbpx

ଅଦ୍ଭୁତ ଘଟଣା! ୮ ବର୍ଷର ଛୁଆକୁ କାମୁଡ଼ିବା ପରେ ସାପର ହେଲା ମୃତ୍ୟୁ, ଛୁଆ ସୁରକ୍ଷିତ

ରାୟପୁର: ଛତିଶଗଡ଼ର ଜଶପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଜଶପୁରରେ ଗୋଟିଏ ଛୁଆକୁ ସାପ କାମୁଡ଼ିଦେବା ପରେ ସେ ସାପକୁ ୨ ଥର କାମୁଡ଼ି ଦେଇଥିଲା, ଯାହାଫଳରେ ସାପର ମୃତ୍ୟୁ ହୋଇଗଲା । ସୂଚନା ମୁତାବକ, ୮ ବର୍ଷର ଦୀପକ ନିଜ ଘରର ବାହାରେ ଖେଳୁଥିଲା । ତାହାକୁ ସାପର ବିପଦ ବିଷୟରେ କିଛି ବି ଜଣାନଥିଲା ।

ଅଚାନକ୍ ସାପଟି ଛୁଆର ବାମ ହାତରେ ଗୁରାଇ ହୋଇଗଲା ଓ ଚୋଟ ମାରିବାକୁ ଲାଗିଲା । ସାପର ଚୋଟ ଖାଇବା ଦ୍ୱାରା ଦୀପକ ଯନ୍ତ୍ରଣାରେ ଚିତ୍କାର କରିଥିଲା, କିନ୍ତୁ ସାପକୁ ନିଜ ହାତରୁ ବାହାର କରିପାରୁନଥିଲା । ଠିକ୍ ଏତିକିବେଳେ ପିଲାଟି କିଛି ବାଟ ନପାଇ ସାହସର ସହିତ ସାପଟିକୁ କାମୁଡ଼ିଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ସାପଟିର ମୃତ୍ୟୁ ହୋଇଥିଲା ।

ଦୀପକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ସାପ କାଟିବା ଦ୍ୱାରା ମୋତେ ବହୁତ କଷ୍ଟ ହେଉଥିଲା । ସବୁକିଛି ଅଚାନକ୍ ହୋଇଥିବାରୁ ମୁଁ ଭୟଭୀତ ହୋଇପଡ଼ିଥିଲେ । ସାପଟି ମୋ ହାତରେ ଗୁରେଇ ହୋଇ ଚୋଟ ମାରିବାକୁ ଲାଗିଥିଲା । ବହୁତ ଯନ୍ତ୍ରଣା ହେଉଥିବା ବେଳେ ମୁଁ ସାପଟିକୁ ନିଜଠାରୁ ଦୂରେଇବା ପାଇଁ ଚେଷ୍ଟା କରିଥିଲି, କିନ୍ତୁ ବିଫଳ ହେଲି । ନିଜ ଜୀବନ ବଞ୍ଚାଇବାକୁ ଯାଇ ମୁଁ ସାପଟିକୁ ୨ ଥର କାଟିଦେଇଥିଲି, ଯାହାଫଳରେ ତାର ମୃତ୍ୟୁ ହୋଇଗଲା ।’

Get real time updates directly on you device, subscribe now.