fbpx

ହୋଟେଲ ମାଲିକ ଜୟା ସେଟ୍ଟୀ ହତ୍ୟା ମାମଲାରେ ଛୋଟା ରାଜନକୁ ଆଜୀବନ କାରାଦଣ୍ଡ

Advertisement

ମୁମ୍ବାଇ: ୨୦୦୧ମସିହାରେ ହୋଟେଲ ବ୍ୟବସାୟୀ ଜୟା ସେଟ୍ଟୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଆଜୀବନ କାରାଦଣ୍ଡ । ଦଣ୍ଡିତ କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ । ଗୁରୁବାର ସ୍ୱତନ୍ତ୍ର ବିଚାରପତି ଏଏମ୍ ପାଟିଲ ରାଜନଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜୟା ସେଟ୍ଟୀ ମଧ୍ୟ ମୁମ୍ବାଇର ଗୋଲ୍ଡେନ୍ କ୍ରାଉନ୍ ହୋଟେଲର ମାଲିକ ଥିଲେ। ୨୦୦୧ ମେ ୪ ତାରିଖରେ ରାଜନଙ୍କ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ସେଟ୍ଟୀଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, କୋର୍ଟଙ୍କ ବିସ୍ତୃତ ଆଦେଶ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ । ହୋଟେଲ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା । ମାମଲାର ତଦନ୍ତରୁ ଜଣାପଡିଛି ଯେ ଛୋଟା ରାଜନର ଗ୍ୟାଙ୍ଗ ସଦସ୍ୟ ହେମନ୍ତ ପୂଜାରୀ ଠାରୁ ଟଙ୍କା ଆଦାୟ ନେଇ ସେଠୀଙ୍କ ପାଖକୁ ଫୋନ୍ ଆସୁଥିଲା । ହେଲେ ଏହି ଟଙ୍କା ଦେଇ ନ ପାରିବାରୁ ତାଙ୍କୁ ହତ୍ୟା କରାଯାଇଥିଲା । ୨୦୧୧ରେ ସାମ୍ବାଦିକ ଜେ ଦେ ହତ୍ୟା ମାମଲାରେ ରାଜନ ଆଜୀବନ କାରାଦଣ୍ଡ ଭୋଗୁଛି ଏବଂ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛି ।

Get real time updates directly on you device, subscribe now.